ଦକ୍ଷିଣ କୋରିଆର ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ନିଆଁ… ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କଲେ ସରକାର

 ଦକ୍ଷିଣ କୋରିଆ : ଆମେରିକା ପରେ ଏବେ ଦକ୍ଷିଣ କୋରିଆର ଜଙ୍ଗଲରେ ନିଆଁ ଲାଗିଛି । ଦକ୍ଷିଣ କୋରିଆର୨୦ରୁ ଅଧିକ ସ୍ଥାନର ଜଙ୍ଗଲ ଏବେ ନିଆଁ କବଳରେ ରହିଛି  ।  ଏଥିମଧ୍ୟରୁ ଦକ୍ଷିଣ-ପୂର୍ବ କୋରିଆ ଉପଦ୍ୱୀପରେ ବ୍ୟାପିଥିବା ନିଆଁ ପରିସ୍ଥିତିକୁ ଜଟିଳ କରିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ଦକ୍ଷିଣ କୋରିଆର ଜଙ୍ଗଲ ନିଆଁରେ ପୋଡ଼ି ଯାଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଥିବା ନିଆଁର ଅବସ୍ଥା ବହୁତ ଭୟଙ୍କର ରହିଛି । ଭିଡିଓରେ ଦେଖିବାକୁ ମିଳିଛି ସମଗ୍ର ଜଙ୍ଗଲ କିପରି ନିଆଁରେ ଘେରି ରହିଛି । ଦେଶର ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଜଙ୍ଗଲ ନିଆଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି ।

ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଥିବା ଅଗ୍ନିଶମ କର୍ମଚାରୀ ଏବଂ ରିଲିଫ୍ କର୍ମୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ପ୍ରବଳ ଧୂଆଁ ସହ ପ୍ରବଳ ପବନ ହେଉଥିବା ହେତୁ ନିଆଁକୁ ଶିଘ୍ର ବ୍ୟାପିବାରେ ସାହାଯ୍ୟ କରିଥିଲା । ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଥିଲା ।

ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶରେ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ଶନିବାର ଅପରାହ୍ନ ସୁଦ୍ଧା ୨୭୫ ହେକ୍ଟର (୬୮୦ ଏକର) ଅଞ୍ଚଳକୁ କବଳିତ କରିଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଯାଇଛି । ଅଧିକାରୀଙ୍କ ସଚନା ଅନୁଯାୟୀ ୨୦୦ ରୁ ଅଧିକ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି ।

କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମୋକ୍ ସୂର୍ଯ୍ୟାସ୍ତ ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ସରକାର ଶନିବାର ସନ୍ଧ୍ୟାରେ ପ୍ରଭାବିତ ଅଞ୍ଚଳକୁ ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କରିଛନ୍ତି ।

Also read: ଶାଳ ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିଶମବାହିନୀ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ