ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଟଙ୍କା ସହିତ ସବୁକିଛି ପୋଡି ପାଉଁଶ

ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ସେଣ୍ଟ୍ରାଲ ବ୍ୟାଙ୍କରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଅମରାବତୀ ଜିଲ୍ଲାର ଚାନ୍ଦୁର ରେଲୱେ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରେ ନିଆଁ ଲାଗିଛି । ତେବେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ।

ସୂଚନା ଅନୁସାରେ, ଅମରାବତୀ ଜିଲ୍ଲର ଚାନ୍ଦୁର ରେଲୱେ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ । ବ୍ୟାଙ୍କରେ ଥିବା ସମସ୍ତ ସାମଗ୍ରୀ, ପଇସା, ଖାତା ଖତିଆନ ସବୁକିଛି ଜଳି ପାଉଁଶ ହୋଇଛି । ନିଆଁ ଲାଗିବାରୁ ସମସ୍ତ କର୍ମଚାରୀ ବ୍ୟାଙ୍କରୁ ଦୌଡି ପଳାଇଥିଲେ । ତେବେ ଘଟଣାରେ କୌଣସି ଜନହାନି ହୋଇନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

ଏହାପୂର୍ବରୁ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଫିଲ୍ମ ସିଟି ରୋଡ ପାଖ ସ୍ଥିତ ବାଗେଶ୍ବରୀ ମନ୍ଦିର ନିକଟରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ମାମଲାରେ କୌଣସି ହତାହତ ସୂଚନା ମିଳିନାହିଁ । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ରାଜକୋଟର ହାଇରାଇଜ ଆସଲାଣ୍ଟିକ୍ ବିଲ୍ଡିଂର ୬ ମହଲାରେ ଏହି ନିଆଁ ଲାଗିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଆମ୍ୱୁଲାନ୍ସ ଜରିଆରେ ପାଖ ହସ୍ପିଟାଲକୁ ପଠାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି ।

Also Read : ରାଜକୋଟ ଆସଲାଣ୍ଟିକ୍ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ, ଅନେକ ଫସିଥିବା ଆଶଙ୍କା