ଦେଶ ବିଦେଶ

ଉତ୍ତରାଖଣ୍ଡ: କାଇଞ୍ଚି ଧାମ ମନ୍ଦିର ନିକଟ ଜଙ୍ଗଲରେ ଲାଗିଲା ଭୀଷଣ ନିଆଁ, ଅଞ୍ଚଳବାସୀ ଭୟଭୀତ

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା କାଇଞ୍ଚି ଧାମ ମନ୍ଦିର ନିକଟ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ପ୍ରବଳ ପବନ ସହିତ ନିଆଁ କ୍ରମାଗତ ଭାବରେ ମାଡ଼ି ଚାଲିଛି । କାଇଞ୍ଚି ଧାମ ମନ୍ଦିର ନିକଟରେ ପାଇନ୍‌ ଜଙ୍ଗଲ ଥିବା କାରଣରୁ ନିଆଁକୁ ନିୟନ୍ତ୍ରଣ କରିବା ସାମାନ୍ୟ କଷ୍ଟକର ହୋଇପଡୁଛି ।

ପ୍ରବଳ ପବନ ହେତୁ ଜଙ୍ଗଲ ନିଆଁ ଜନବସତି ଆଡ଼କୁ ଗତି କରୁଛି । ଏହା ସ୍ଥାନୀୟ ବଡ଼ ବଡ଼ ହୋଟେଲ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଅବକାଶ ଚାଲିଛି । ତେଣୁ ବହୁ ସଂଖ୍ୟାରେ ଲୋକେ କାଇଞ୍ଚି ଧାମ ଦର୍ଶନ କରିବାକୁ ଆସୁଛନ୍ତି । ହୋଟେଲରୁ ନେଇ ରାସ୍ତା ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

କହି ରଖୁଛୁ ଯେ ଉତ୍ତରାଖଣ୍ଡରେ ସବୁଠାରୁ ଭୟଙ୍କର ନିଆଁ ପାଇନ୍‌ ଗଛ ଥିବା ଜଙ୍ଗଲରେ ଲାଗୁଛି । ଗ୍ରୀଷ୍ମ ଋତୁ ଯୋଗୁ ଅନେକ ଜଙ୍ଗଲରେ ନିଆଁ ଭୟଙ୍କର ରୂପ ଧାରଣ କରୁଛି । ରାଜ୍ୟ ବନ ବିଭାଗ ଅନୁଯାୟୀ, କୁମାଉଁ ଡିଭିଜନରେ ନିଆଁ ଲାଗିବାର ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ସେପଟେ ଗଢ଼ୱାଲ୍ ଡିଭିଜନରେ ମଧ୍ୟ ଅନେକ ଅଗ୍ନିକାଣ୍ଡ ସାମ୍ନାକୁ ଆସିସାରିଛି ।

ଅଗ୍ନିକାଣ୍ଡ ଯୋଗୁ ରାଜ୍ୟର ଅମୂଲ୍ୟ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଯାଉଛି । କୁମାଉଁ ଡିଭିଜନର ପିଥୋରାଗଡରେ ସର୍ବାଧିକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଥିଲା । ବର୍ତ୍ତମାନ ସେଠାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ବ୍ୟତୀତ ଆଲମୋଡ଼ା, ନୈନିତାଲ, ଚମ୍ପାବନ୍ତ, ବାଗେଶ୍ୱର ଭଳି ଜିଲ୍ଲାର ଅନେକ ଜଙ୍ଗଲ ଅଞ୍ଚଳରେ ମଧ୍ୟ ନିଆଁ ଲାଗିଥିବା ସୂଚନା ରହିଛି । ଯଦିଓ ସେଥି ମଧ୍ୟରୁ ବାଗେଶ୍ୱର ଏବଂ ଚମ୍ପାବନ୍ତର ଅଧିକାଂଶ ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଛି ।

କିଛି ଜାଗାରେ ଏବେ ବି ନିଆଁ ଜଳୁଛି । ଉତ୍ତରାଖଣ୍ଡ ବନ ବିଭାଗ ମୁତାବକ, ନିଆଁ ଲାଗିବା ଦ୍ୱାରା ୭୪୯.୬୩୭୫ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

48 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago