ଇନ୍ଦୋର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ କୋଟି ଟଙ୍କାର ବ୍ରାଣ୍ଡେଡ୍ କପଡ଼ା

ଇନ୍ଦୋରର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ଜଳି ପାଉଁଶ ହୋଇଗଲା ୨ କୋଟି ଟଙ୍କାର ବ୍ରାଣ୍ଡେଡ୍ କପଡ଼ା । ୩ ମାସ ପୂର୍ବରୁ ଏହି ସପିଂ ମଲ୍ ଖୋଲିଥିବା ବେଳେ ଆଜି ଭୟାବହ ଅଗ୍ନିକାଣ୍ଡ ସବୁକିଛି ଛାରଖାର କରିଦେଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୨ କୋଟି ଟଙ୍କାର ମାଲ୍ ଜଳି ପାଉଁଶ ହୋଇଯାଇଛି ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଏସଆଇ ସୁଶୀଲ କୁମାର ଦୁବେ କହିଛନ୍ତି, ସହରର ଦେବାସ୍ ନାକା ଅଞ୍ଚଳରେ ଥିବା ଏହି ମଲର ବେସମେଣ୍ଟ ଏବଂ ପ୍ରଥମ ମହଲାରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ୪ ମହଲା ବିଶିଷ୍ଟ ଏହି ପୂରା ବିଲ୍ଡିଂ ଧୂଆଁମୟ ହୋଇଯାଇଥିଲା ।

ବିଳମ୍ବିତ ରାତିରେ ମଲରେ ନିଆଁ ଲାଗିଥିଲା, କିନ୍ତୁ କେହି ବି ଏହା ବିଷୟରେ ଜାଣିପାରି ନ ଥିଲେ । କର୍ମଚାରୀମାନେ ସକାଳୁ ମଲରେ ପହଞ୍ଚିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ନିଆଁ ଲାଗିବା କାରଣରୁ ମଲରେ ଥିବା ବ୍ରାଣ୍ଡେଡ୍ କପଡ଼ାଗୁଡ଼ିକ ଜଳି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ୩ ମାସ ପୂର୍ବରୁ ଏହି ମଲ୍ ଖୋଲିଥିଲା ବୋଲି ଏଏସଆଇ କହିଛନ୍ତି ।

ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

କହି ରଖୁଛୁ, ଦୁଇ ଦିନ ତଳେ ତିରୁପତି ତିରୁମାଳା ଦେବସ୍ଥାନମ୍ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଲଡୁ ବିତରଣ କାଉଣ୍ଟର ନିକଟରେ ନିଆଁ ଲାଗିଥିବାର ଦେଖି ଭକ୍ତମାନେ ଭୟଭୀତ ହୋଇ ଦୌଡିଥିଲେ । ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଲିଭାଇଥିଲା ।

You might also like