ଦିଲ୍ଲୀ: ଲକଡାଉନ ବେଳେ ସୁପରମାର୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କଲେ ୧୨ ଜଣିଆ ଫାୟାର ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଗୁରୁଗ୍ରାମର ଏକ ସୁପରମାର୍ଟ ବିଲ୍ଡିଂର ୬ ମହଲାରେ ଭୟାବହ ଅଗ୍ନିକାଣ୍ଡ। DlF-4ରେ ଥିବା  ଏହି ସୁପର ମାର୍ଟ ବିଲ୍ଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନଥିବା ଅଗ୍ନିଶମ ବାହିନୀର ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ଅପରାହ୍ନ ପ୍ରାୟ ୪.୦୫ ମିନିଟ ସମୟରେ ଅଗ୍ନିଶମ ବିଭାଗକୁ  ଏକ କଲ ଆସିଥିଲା। ଏହା ପରେ  ନିଆଁକୁ ଆୟତ୍ତ କରିବା ପାଇଁ ଏକ ଡଜନରୁ ଅଧିକ ଫାୟାର ଗାର୍ଡ ଘଟଣାସ୍ଥଳକୁ ନିଆଯାଇଥିଲା। ଘଟଣା ଖବର ପାଇବା ପରେ ସେକ୍ଟର -୨୯, ଉଦ୍ୟୋଗ ବିହାର, ଭୀମ ନାଗର, ମନେସର ଏବଂ ଡିଏଲଏଫରୁ ଅଗ୍ନିଶମ ବାହିନୀକୁ ଆଣି ନିୟୋଜିତ କରାଯାଇଥିଲା।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁଗ୍ରାମରେ ଚାଲିଥିବା ଲକଡାଉନ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଫିସ୍ ଭିତରେ କୌଣସି  କର୍ମଚାରୀ ଉପସ୍ଥିତ ନଥିଲେ। ଅଗ୍ନିକାଣ୍ଡରେ ସେହି ସୋରୁମ ମାଲିକଙ୍କ  କାର୍ଯ୍ୟାଳୟ ଭିତରେ ଆସବାବପତ୍ର, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ  ବୈଦ୍ୟୁତିକ ଉପକରଣ ପୋଡି ହୋଇଯାଇଥିଲା।  ନିଆଁ ବ୍ୟାପିବା କାରଣରୁ ବିଲ୍ଡିଂରେ  କିଛି ଏସି ମଧ୍ୟ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ପ୍ରକୃତ ଆକଳନ ଏପର୍ଯ୍ୟନ୍ତ କରାଯାଇନାହିଁ ବୋଲି  ଅଧିକାରୀମାନେ କହିଛନ୍ତି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୌଭାଗ୍ୟବସତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ଆମେ ସନ୍ଦେହ କରୁଛୁ ଯେ ସର୍ଟ ସର୍କିଟ ଏହି ଘଟଣାର କାରଣ ହୋଇପାରେ କିନ୍ତୁ ବିସ୍ତୃତ ଅନୁସନ୍ଧାନ ପରେ ଏହା ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ଅଗ୍ନିଶମ ଅଧିକାରୀ   କହିଛନ୍ତି।

 

Leave A Reply

Your email address will not be published.