ହଠାତ୍‌ ପାହାଡ଼ରୁ ଝରିଲା ‘ନିଆଁ ଝରଣା’ ଲୋକେ ହୋଇଗଲେ ଆଚମ୍ବିତ, ଜାଣନ୍ତୁ ସତ କଣ ?

ସୋସିଆଲ ମିଡିଆରେ ଏକ ବହୁତ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏମିତି ଘଟଣା ପୂର୍ବରୁ ବୋଧହୁଏ ଆପଣ କେବେବି ଦେଖିନଥିବେ। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ‘ନିଆଁ ଝରଣା’ ଦେଖିବାକୁ ପାଇବେ। ଭିଡିଓକୁ ଦୁଇ ଦିନ ତଳେ ଟ୍ଵିଟରରେ ସେୟାର କରାଯାଇଛି, ଯାହା ଏବେ ୩ ମିଲିୟନରୁ ଅଧିକ ଥର ଦେଖାସରିଲାଣି। ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ବହୁତ ଲୋକ ପ୍ରଶ୍ନ କରୁଛନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କଣ ସତରେ ନିଆଁ ଛରଣା ହୋଇଥାଏ।

ଏହି ଭିଡିଓ ୟୋଜମାଇଟ ନ୍ୟାସନାଲ ପାର୍କ କାଲିଫର୍ଣ୍ଣିୟାରେ ସ୍ଥିତ ଏକ ଓ୍ଵାଟରଫଲର ଅଟେ। ଏହାକୁ ହର୍ସିଟେଲ ଫଲ ମଧ୍ୟ କୁହାଯାଏ। କାଲିଫର୍ଣ୍ଣିୟାରେ ସ୍ଥିତ ଏହି ଝରଣା ପ୍ରତି ବର୍ଷ ଫେବୃଆରୀରେ କେବଳ ୨ ସପ୍ତାହ ପାଇଁ କମଳା ଏବଂ ଲାଲ ରଙ୍ଗର ଦେଖାଯାଏ। ଏମିତି ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟଙ୍କର କିରଣ ଠିକ୍‌ କୋଣ ଆକାରରେ ଝରଣାରେ ପଡିଥାଏ। ଏହି କାରଣରୁ ଏହି ଝରଣା ଦେଖି ଏମିତି ଲାଗେ ଯେ ଯେମିତି କୌଣସି ଜ୍ୱାଳାମୁଖୀରେ ନିଆଁ ବାହାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.