ଗୁଜରାଟ : ଆତସବାଜି କାରଖାନାରେ ଅଗ୍ନିକାଣ୍ଡ, ୧୮ ମୃତ

ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଡିସାରେ ଥିବା ଏକ ଆତସବାଜି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସୂଚନା ମିଳିବା ପରେ ଅଗ୍ନିଶମ ଟିମ୍ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଖବର ମୁତାବକ, ଗୁଜରାଟ ଡିସାରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା । କାରଖାନାରେ ନିଆଁ ଲାଗିବା ଯୋଗୁଁ ଭିତରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ । ଘଟଣାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଭୟଙ୍କର ନିଆଁରେ ବିସ୍ଫୋରଣ ଘଟି ୨୦୦ ମିଟର ଦୂର ପର୍ଯ୍ୟନ୍ତ ଜିନିଷ ଛିଟିକି ପଡିଥିଲା ।

ତେବେ ଘଟଣାରେ ବନାସକାଣ୍ଠା ଜିଲ୍ଲାପାଳ ମିହିର ପଟେଲ କହିଛନ୍ତି, ଆଜି ସକାଳ ଡିସାର ଉଦ୍ୟୋଗିକ ଅଞ୍ଚଳରେ ରହି ବିସ୍ଫୋରଣ ସୂଚନା ମିଳିଥିଲା । ଦମକଳ ଟିମ୍ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରିଛି । ଅନେକ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ରେଫର କରାଯାଇଛି । ବିସ୍ଫୋରଣ ଯୋଗୁଁ କାରଖାନାର ସ୍ଲାବ ଭାଙ୍ଗିଯାଇଥିଲା ।


ଦୁର୍ଘଟଣା ସମୟରେ କାରଖାନାରେ ୨୦ରୁ ଅଧିକ ଲୋକ ଥିଲେ । ୧୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋଦାମରେ ବୟଲର ଯୋଗୁଁ ଭୀଷଣ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଦାମର ମାଲିକ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Also Read : ପଶ୍ଚିମବଙ୍ଗରେ ସିଲିଣ୍ଡର ବିସ୍ଫୋରଣ, ୭ ମୃତ