ଶିବକାଶୀ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଶିବକାଶୀ : ତାମିଲନାଡ଼ୁ ଶିବକାଶୀ ଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିରେ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନାରୁ ଜଣାଯାଇଛି ଯେ ତାମିଲନାଡୁ ଶିବକାଶୀ ନିକଟ ପୁଡୁପଟ୍ଟୀ ରେ ଥିବା ଏକ ବାଣ କାରଖାନାରେ ଆଜି (ଶନିବାର) ସକାଳେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଗୁତୁତର ହୋଇଥିବା ଜଣାଯାଇଛି । ଗୁରୁତରମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ନିଆଁ ଲିଭାଇବା ପାଇଁ ଦୁର୍ଘଟଣାସ୍ଥଳରେ ୨୦ ରୁ ଅଧିକ ଦମକଳ ନିୟୋଜିତ ରହିଛି । ନିଆଁ ଭିତରେ ଆହୁରି ଅଧିକ ରହିଯାଇଥିବା ଆଶଙ୍କା କରାଯାଉଛି । କାରଖାନାର କେମିକାଲ ୟୁନିଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁର ବେଗ ଏତେ ଥିଲା ଯେ ଏହାକୁ କାବୁ କରିବା ପାଇଁ ୨୦ ଟି ଦମକଳକୁ ଦୀର୍ଘ ଘଣ୍ଟା କାମ କରିବାକୁ ପଡ଼ିଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.