ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କୁ ଗୁଳି କଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ

ନୁଆଦିଲ୍ଲୀ (କେନ୍ୟୁଜ୍) : ଗୁରୁଗ୍ରାମରେ ଜଣେ ବିଚାରପତିଙ୍କ ପତ୍ନୀ ଓ ତାଙ୍କ ପୁଅଙ୍କୁ ଗୁଳିମାଡ଼ । ଗୁଳିମାଡ଼ କରିଛନ୍ତି ବିଚାରପତିଙ୍କ ସୁରକ୍ଷା କର୍ମୀ । ବଜାରକୁ ଔଷଧ କିଣିବାକୁ ଯାଇଥିବାବେଳେ ସୁରକ୍ଷାକର୍ମୀ ଜଣଙ୍କ ଗୁଳିମାଡ଼ କରିଥିଲେ । ମହିଳାଙ୍କ ଛାତିରେ ଗୁଳି ବାଜିଥିବାବେଳେ ତାଙ୍କ ପୁଅର ମୁଣ୍ଡରେ ଗୁଳି ବାଜିଛି । ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅର ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡ଼ିଛି । ଜନଗହଳି ସ୍ଥାନରେ ଗୁଳି କରିଥିଲେ ବି କେହି ଉଦ୍ଧାର କରିବାକୁ ଆସି ନଥିଲେ । ଗୁଳି କରିଥିବା ଅଭିଯୁକ୍ତଙ୍କ ନାଁ ମହିପାଲ । ସେ ଜଣେ ହେଡ କନେଷ୍ଟବଳ ଏବଂ ଗତ ଦୁଇ ବର୍ଷ ହେବ ସେ ବିଚାରପତିଙ୍କ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିଲେ । ମହିପାଲଙ୍କୁ ଗୁରଗାଓଁ-ଫରିଦାବାଦ ରାସ୍ତାରୁ ପୋଲିସ ଗିରଫ ପଚରାଉଚରା କରୁଛି ।

You might also like