ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ପୂରିଲା ବର୍ଷେ, ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ପୂରିଲା ବର୍ଷେ । ୨୦୧୯ ମେ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ଚିଠିରେ ପ୍ରଧାନମନ୍ତ୍ରୀ କରୋନା, ଦେଶର ଅର୍ଥନୀତି ଓ ବାତ୍ୟା ବିପର୍ଯ୍ୟୟ ସଂପର୍କରେ ଉଲ୍ଲେଖ କରିଛନ୍ତି ।

ଦେଶରେ କରୋନା ସଙ୍କଟ ଯୋଗୁ ଆଜି ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କେବଳ ବିଜେପି ପକ୍ଷରୁ ଭର୍ଚୁଆଲ ରାଲି ଏବଂ ଲୋକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ମୋଦୀ ସରକାର ହାସଲ କରିଥିବା ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

narendra modiତେବେ କରୋନା ଯୁଦ୍ଧରେ ଦେଶର ଏକତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଦେଶବାସୀ କଷ୍ଟ ସହି ନିଜର ଉଦ୍ୟମ ଜାରି ରଖିଛନ୍ତି । ଲୋକଙ୍କ ଉଦ୍ୟମ ଯୋଗୁ ଅସୁବିଧା ବଡ଼ ସଙ୍କଟ ସ୍ତରକୁ ଯାଇନାହିଁ । ଛୋଟ ଛୋଟ ଶିଳ୍ପରେ କାମ କରୁଥିବା ଶ୍ରମିକ, ପ୍ରବାସୀ, ମିସ୍ତ୍ରୀ ଓ କର୍ମଜୀବୀଙ୍କ ସହ ଅନ୍ୟ ଦେଶବାସୀ କଷ୍ଟ ସହ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଏୟାର ଷ୍ଟ୍ରାଇକ୍‌ ଭଳି ପାକିସ୍ତାନ ବିରୋଧରେ ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.