ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ! ନିକଟରେ ୟୁଏଇରୁ କେରଳ ଫେରିଥିଲେ ଯୁବକ

କେରଳ: ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେରଳର ତ୍ରିଶୁର ଜିଲ୍ଲାରେ ମଙ୍କିପକ୍ସର ଲକ୍ଷଣ ଥିବା ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜୁଲାଇ ୨୧ରେ ୟୁଏଇରୁ ଫେରିଥିଲେ। ଏହି ଯୁବକଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଛନ୍ତି।

ରବିବାର କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ ଖୋଜା ଚାଲିଛି। ନିକଟରେ ଏହି ଯୁବକ ସଂଯୁକ୍ତ ଆରବ ଅମିରାତରୁ ଫେରିଥିଲେ ଓ ଶନିବାର ମଙ୍କିପକ୍ସ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ପ୍ରକାଶ ଯେ ସମଗ୍ର ବିଶ୍ୱରେ ମଙ୍କିପକ୍ସରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ!

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମୃତକ ୟୁଏଇରେ ହିଁ ମଙ୍କିପକ୍ସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେ ଜୁଲାଇ ୨୧ରେ ଭାରତରେ ପହଞ୍ଚିଥିଲେ। ୟୁଏଇ ଛାଡ଼ିବାର ଦିନକ ପୂର୍ବରୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ତାଙ୍କ ନମୁନାର ରିପୋର୍ଟ ଏବେ ଯାଏଁ ଆସିନାହିଁ। ତାଙ୍କ କହିବାନୁସାରେ, ରୋଗୀ ଯୁବକ ଥିଲା ଓ ତାଙ୍କ ଶରୀରରେ ଅନ୍ୟ କୌଣସି ରୋଗ ନଥିଲା। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପତ୍ତା ଲଗାଯାଉଛି।

ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଜୁଲାଇ ୨୧ରେ ଯୁବକ ୟୁଏଇରୁ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିବାରେ ବିଳମ୍ବ କାହିଁକି କରାଯାଇଥିଲା, ସେ ନେଇ ତଦନ୍ତ କରାଯିବ। ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ମଙ୍କିପକ୍ସ ରୋଗ କୋଭିଡ୍‌-୧୯ ଭଳି ଅଧିକ ସଂକ୍ରମଣ ନୁହେଁ, କିନ୍ତୁ ଏହା ବ୍ୟାପୁଛି। ତୁଳନାତ୍ମକ ଭାବେ ମଙ୍କିପକ୍ସର ଏଭଳି ମୃତ୍ୟୁ ଦର କମ୍‌ ରହିଛି। ଏଣୁ ଏହି ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ କେମିତି ହେଲା ଓ ତାଙ୍କର ଆଉ କିଛି ରୋଗ ଥିଲା କି ନାହିଁ ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

Also Read: ସବୁଠୁ ବଡ଼ ଡିଲ୍‌! ୫ କୋଟି ଟଙ୍କା ଲାଭରେ ରାଜକୁମାର ରାଓଙ୍କୁ ନିଜ ଆପାର୍ଟମେଣ୍ଟ ବିକିଲେ ଜାହ୍ନବୀ କପୁର

Leave A Reply

Your email address will not be published.