ଭାରତରେ ପ୍ରଥମ କରୋନା ମୃତ୍ୟୁ! କିଛି ଦିନ ତଳେ ମାଲେସିଆରୁ ଫେରିଥିଲେ ଯୁବକ

ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ବହୁ ଦିନ ତଳୁ ପହଞ୍ଚିସାରିଥିବା ବେଳେ ଏଥିରେ ଏବେ ଜଣଙ୍କର ମୃତ୍ୟୁ ଘଟିଛି। ଏର୍ଣ୍ଣାକୁଲମ୍‌ର ଜଣେ ୩୬ ବର୍ଷୀୟ ଯୁବକଙ୍କଠାରେ କୋବିଡ୍‌- ୧୯ ବା କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହା ଭାରତରେ ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାଯାଇଛି। ତେବେ ସତରେ କ’ଣ ରୋଗୀର ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି ଡାକ୍ତର ସେ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାତ୍ର ପୂର୍ବରୁ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାଯାଇଛି।

corona2

ବ୍ୟକ୍ତି ଜଣକ ଗତ ଅଢ଼େଇ ବର୍ଷ ହେଲା ମାଲେସିଆରେ କାମ କରୁଥିଲେ। ସେ କେରଳର ପେନ୍ନୁର ସ୍ଥିତ ନିଜ ଘରକୁ ଫେରିଥିଲେ। ଗୁରୁବାର ରାତିରେ ସେ କୋଚିନ୍‌ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ସରକାରୀ ମେଡିକାଲ କଲେଜରେ ଆଇସୋଲେଶନ ବୋର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

corona

ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ନିମୋନିଆ ହୋଇଥିଲା। ଏଥିସହ ଯେ ଡାଇବେଟିକ କିଟୋଏସିଡୋସିସ୍‌ରେ ମଧ୍ୟ ପୀଡ଼ିତ ଥିଲେ। ତେବେ ରୋଗୀଙ୍କ ମୃତ୍ୟୁର କାରଣ ଏକ୍ୟୁଟ୍‌ ନିମୋନିଆ ଓ ନିଃଶ୍ୱାସ ନେବା ସିଷ୍ଟମ୍‌ କାମ କରିବା ବନ୍ଦ ହୋଇଯିବାରୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.