ଏଣିକି କେବଳ ମୁହଁ ଦେଖାଇ କରିପାରିବେ ଯାତ୍ରା ,ଏହି ବିମାନ ବନ୍ଦରରେ ଆରମ୍ଭ ହେଲା ଦେଶର ପ୍ରଥମ ଫେସ୍ ମ୍ୟାପିଙ୍ଗ୍ ବ୍ୟବସ୍ଥା
ଏଣିକି ବାରମ୍ବାର ବୋର୍ଡିଙ୍ଗ ପାସ ଦେଖାଇବାରେ ଯାତ୍ରୀଙ୍କ ସମୟ ହେବନି ନଷ୍ଟ । ସୁରକ୍ଷା ଯାଞ୍ଚ ସ୍ଥାନରେ କେବଳ ଆପଣଙ୍କ ମୁହଁ ଦେଖାଇପାରିବେ ସହଜରେ କରିପାରିବେ ବିମାନଯାତ୍ରା । ଦେଶର ଏଭଳି ସୁବିଧା ଆଣିଛି ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର । ସୁରକ୍ଷା ଜିନତ ଯାଂଚକୁ ସହଜ କରିବା ପାଇଁ ଏହି ବିମାନବନ୍ଦରରେ ଲଗା ଯାଇଛି “ଫେସ ମ୍ୟାପିଙ୍ଗ୍” କ୍ୟାମେରା । ବିମାନବନ୍ଦରର ପ୍ରଥମ ପ୍ରବେଶ ଦ୍ୱାରରେ ଯାତ୍ରୀଙ୍କ ମୁହଁର ଫଟୋ ଅତ୍ୟାଧୁନିକ କ୍ୟାମେରା ମାଧ୍ୟମରେ କରାଯିବ। ଏହାକୁ ‘ୟୁନିକ ସିଗ୍ନେଚର’ ବୋଲି କୁହାଯାଇପାରେ । ଏହା ପରେ ଯାତ୍ରୀଙ୍କୁ ଅନ୍ୟ ସବୁ ସୁରକ୍ଷା ଯାଞ୍ଚ ସ୍ଥାନରେ ବାରମ୍ବାର ବୋର୍ଡିଙ୍ଗ ପାସ ଦେଖାଇବାକୁ ପଡିବ ନାହିଁ । ଏପରିକି ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ପୁଣି ଥରେ ସେହି ବିମାନବନ୍ଦରରେ ପହଁଚିଲେ ସୁରକ୍ଷା ଯାଞ୍ଚ ପାଇଁ ଯାତ୍ରୀଙ୍କୁ ପରିଚୟ ପତ୍ର ଏବଂ ବୋର୍ଡିଙ୍ଗ ପାସ୍ ଦେଖାଇବାକୁ ପଡିବ ନାହିଁ । ୨୦୧୮ ଶେଷ ସୁଦ୍ଧା ଦେଶର ଅନ୍ୟ ସମସ୍ତ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।