ଆଜିଠାରୁ ପ୍ରଥମ ଚତୁଃରାଷ୍ଟ୍ରୀୟ ମାଲାବାର ସମରାଭ୍ୟାସ: ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନେଭି ଟିମ୍ ସାମିଲ୍

ବିଶାଖାପାଟଣା: ଆଜିଠାରୁ ପ୍ରଥମ ଚତୁଃରାଷ୍ଟ୍ରୀୟ ମାଲାବାର ସମରାଭ୍ୟାସ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନେଭିର ମିଳିତ ସମରାଭ୍ୟାସ । ବଙ୍ଗୋପସାଗର ବିଶାଖାପାଟଣା ଉପକୂଳରେ ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ସମରାଭ୍ୟାସ ଆରବ ସାଗରରେ ନଭେମ୍ବର ମଧ୍ୟଭାଗରେ ହେବ ।

ମାଲାବାର ଏକ୍ସରସାଇଜ୍‌ର ଏହା ୨୪ ତମ ସଂସ୍କରଣ । ହେଲେ ପ୍ରଥମ ଥର ପାଇଁ ଏହି ସମରାଭ୍ୟାସରେ ଅଷ୍ଟ୍ରେଲିଆ ସାମିଲ ହୋଇଛି । ଅଷ୍ଟ୍ରେଲିଆର ଅଂଶଗ୍ରହଣ ନେଇ ଚଳିତ ମାସ ଆରମ୍ଭରେ ଭାରତ ଘୋଷଣା କରିଥିଲା । ଏହି ବିଶାଳ ସମରାଭ୍ୟାସ ଚୀନ୍‌ ପାଇଁ ଚେକ୍‌ମେଟ୍‌ ହେବ । ଗତ ୧୩ ବର୍ଷ ମଧ୍ୟରେ ଏହା ହେବ କ୍ୱାଡ୍‌ରାଷ୍ଟ୍ର ସମୂହର ପ୍ରଥମ ବଡ଼ ସମରାଭ୍ୟାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.