ପାକିସ୍ତାନର ଇସ୍‌ଲାମାବାଦରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଇମ୍ରାନ୍‌ ସରକାର ଦେବେ ୧୦ କୋଟି

ପାକିସ୍ତାନର ଇସ୍‌ଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ତିଆରି ହେବାକୁ ଯାଉଛି। କୃଷ୍ଣଙ୍କର ଏହି ମନ୍ଦିର ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ସୂଚନା ମୁତାବକ ଏହି ମନ୍ଦିର ରାଜଧାନୀର ଏଚ୍‌-୯ ଏରିଆରେ ୨୦ ହଜାର ବର୍ଗ ଫୁଟ ଅଞ୍ଚଳରେ ତିଆରି ହେବ।

ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ମଙ୍ଗଳବାର ମାନବାଧିକାରର ସଂସଦୀୟ ସଚିବ ଲାଲ ଚନ୍ଦ ମଲ୍ଡି କରିଛନ୍ତି। ସଭାରେ ସମ୍ବୋଧନ କରିବା ଅବସରରେ ମଲ୍ଡି କହିଛନ୍ତି ଇସ୍‌ଲାମାବାଦ ଓ ଏହାର ଆଖପାଖ ଅଞ୍ଚଳରେ ୧୯୪୭ ମସିହା ପୂର୍ବରୁ ଅନେକ ମନ୍ଦିର ରହିଥିଲା। ସେଥିମଧ୍ୟରୁ ଗୋଟିଏ ସୈଦପୁର ଗାଁ ଓ କୋରଙ୍ଗ ନଦୀ ତଟରେ ରହିଛି। ମାତ୍ର ଏବେ ସେଗୁଡ଼ିକ ବନ୍ଦ ରହିଛି।

Visit Khajuraho temples to know how tolerant India really is ...

ରିପୋର୍ଟ ମୁତାବକ ଇସ୍‌ଲାମାବାଦରେ ହିନ୍ଦୁ ଲୋକଙ୍କ ସଂଖ୍ୟା ଗତ ଦୁଇଦଶକ ମଧ୍ୟରେ ୫ ଗୁଣ ବଢ଼ିଛି। ଏଣୁ ଏଠାରେ ଏକ ମନ୍ଦିରର ଆବଶ୍ୟକତା ରହିଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁମାନଙ୍କ ପାଇଁ ଶ୍ମଶାନ ନଥିବାରୁ ମଲ୍ଡି କ୍ଷୋଭ ପ୍ରକାଶ କରିଥିଲେ।

Pakistan will never ever start war with India: Imran Khan ...

ମନ୍ଦିର ନିର୍ମାଣ ନେଇ ପାକିସ୍ତାନର ଧର୍ମ ଓ ଗ୍ରନ୍ଥ ମନ୍ତ୍ରୀ ପୀର ନୁରଲ କହିଛନ୍ତି ଯେ ଏହି ମନ୍ଦିର ନିର୍ମାଣର ସମସ୍ତ ଖର୍ଚ୍ଚ ପାକ୍‌ ସରକାର ବହନ କରିବେ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଇମ୍ରାନ୍‌ ସରକାର ଦେବେ। ଇସ୍‌ଲାମାବାଦର ହିନ୍ଦୁ ପଞ୍ଚାୟତ ଏହି ମନ୍ଦିର ନାମ ଶ୍ରୀକୃଷ୍ଣ ମନ୍ଦିର ରଖିଛନ୍ତି। ମନ୍ଦିର ପରିସରରେ ଏକ ଶ୍ମଶାନ ସ୍ଥଳ ବି ରହିବ। ଏହା ବ୍ୟତୀତ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ରହିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.