ମିଳିମିଳା ସଂକ୍ରମଣରେ ଆମେରିକାରେ ପ୍ରଥମ ମୃତ୍ୟୁ,  ୬୫୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

ଆମେରିକାରେ ମିଳିମିଳାର ଆତଙ୍କ ସୃଷ୍ଟି କରିଛି । ଏଥିରେ ଶହ ଶହ ଲୋକଙ୍କ ଜୀବନ ନେବାରେ ଲାଗିଛି । ବହୁ ଦିନ ଧରି ଆମେରିକା ଅନେକ ସମସ୍ୟାକୁ ସାମ୍ନା କରିଆସୁଛି । ଏହି ସମୟରେ ଆମେରିକାର ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତାକୁ ବଢାଇଦେଇଛି । ମିଳିମିଳା ରୋଗ ଆମେରିକାରେ ବଡଠାରୁ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଇମ୍ୟୁନିଟିର ଅଭାବରୁ ଏହି ସକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଥାଏ । ଭାରତ ମଧ୍ୟ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚେଷ୍ଟା ଲାଗୁ ରଖିଛି । ମିଳିମିଳା ରୋଗରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣର ଅଭିଯାନ ଆରମ୍ଭ କରିଛନ୍ତି ।

ଆମେରିକାରେ ମିଳିମିଳାର ପ୍ରକୋପ । ସଂକ୍ରମଣ ନେଲା ଆଉ ଜଣେ ଶିଶୁର ଜୀବନ  ।  ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି   ।  ମିଳିମିଳାରେ ଆମେରିକାରେ ଏହା ଦ୍ବିତୀୟ ମୃତ୍ୟୁ  ।   ଏହାସହ  ପ୍ରାୟ ୬୫୦ ଲୋକ ଆକ୍ରାନ୍ତ ଥିବା ଥିବା ସୂଚନା ମିଳିଛି । ତେବେ  ଦୃତ  ଗତିରେ ଲୋକଙ୍କୁ ସଂକ୍ରମିତ ହେଉଥିବା ଜଣାପଡିଛି ।  ଗତବର୍ଷ ୨୮୫ ଜଣ ଆକ୍ରାନ୍ତ ଥିବା ବେଳେ ଚଳିତ ବର୍ଷ ୬୮୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି ।  ସେପଟେ ମୃତ ଶିଶୁ କୁ ମିଳିମିଳା ଟୀକା ଦିଆଯାଇ ନଥିଲା ।   ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟେକ୍ସାସର ଏକ ମେଡିକାଲ ସେଣ୍ଟରଉପାଧ୍ୟକ୍ଷ ଆରନ୍ ଡେଭିସ୍ ।  ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟସଚିବ ରବର୍ଟ ଏଫ୍ କେନେଡି ରବିବାର X ରେ ପୋଷ୍ଟ କରିଥିଲେ ଯେ, ମିଜଲସ୍ ବା ମିଳିମିଳା ବ୍ୟାପିବ୍ୟାକୁ ରୋକିବାର  ସବୁଠାରୁ ପ୍ରଭାବଶାଳୀ ଟୀକା ହେଉଛି MMM ଟୀକା ।

 

 

Also Read : ନିର୍ବନ୍ଧର ୧୦ ଦିନ ପରେ ଚାଲିଗଲେ ବାୟୁସେନା ପାଇଲଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ