ଥାଇଲାଣ୍ଡ ଗୁମ୍ପାରୁ ଉଦ୍ଧାର ପରେ ଆସିଲା ଫୁଟବଲ ଖେଳାଳିଙ୍କ ପ୍ରଥମ ବାର୍ତ୍ତା

ଥାଇଲାଣ୍ଡ: ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ସୁସ୍ଥ ଓ ଠିକ ଅଛୁ। ଥାଇଲାଣ୍ଡର ଅନ୍ଧାରୀ ଗୁମ୍ପାରୁ ଉଦ୍ଧାର ପରେ ଆସିଛି ଫୁଟବଲ ଖେଳାଳି ଓ କୋଚଙ୍କ ଭିଡିଓ ମ୍ୟାସେଜ୍। ଜଣେ ଜଣେ ବାଳକ ଜଣାଇଛନ୍ତି ବାର୍ତ୍ତା। ଉଦ୍ଧାରକାରୀ ଟିମ୍,ଡାକ୍ତର, ଥାଇ ନୈସେନା ଓ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଉଦ୍ଧାର କାର୍ୟ୍ୟ ପାଇଁ ଯାଇ ପ୍ରାଣ ହରାଇଥିବା ଥାଇଲାଣ୍ଡର ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ଫଟୋରେ ସମସ୍ତେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ଅକ୍ସିଜେନ ଯୋଗାଣ ପାଇଁ ଯାଇ ଥାଇଲାଣ୍ଡର ଜଣେ ପୂର୍ବତନ ନୌସେନା ଅଧିକାରୀ ସମନ କୁନାନ ପ୍ରାଣ ହରାଇଥିଲେ। ସେ ସ୍ୱେଚ୍ଛାକୃତ ଭାବେ ସାହାଯ୍ୟ ପାଇଁ ଯାଇଥିଲେ। ଅକ୍ସିଜେନ ଯୋଗାଇ ଫେରୁଥିବା ବେଳେ ତାଙ୍କ ନିଜର ଅକ୍ସିଜେନ ସରିଯାଇଥିଲା।

thailaqnd ଇତିମଧ୍ୟରେ ଆସନ୍ତା ଗୁରୁବାର ୧୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସରକାରୀ ଭାବେ କୁହାଯାଇଛି। ସମସ୍ତେ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଥିବା ଥାଇଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଗତ ୨୩ ତାରିଖ ଦିନ ୧୨ ଜଣ ବାଳକ ଫୁଟ୍‌ବଲ୍ ଖେଳାଳି ଓ ଜଣେ କୋଚ୍ ଥାମ ଲୁଆଙ୍ଗ ଗୁମ୍ଫା ଭିତରକୁ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ନଅ ଦିନ ପରେ ସେମାନଙ୍କୁ ଠାବ କରାଯାଇଥିଲା। ଏହାପରେ ଚାରି ଦିନ ଧରି ସମସ୍ତଙ୍କୁ ରେସକ୍ୟୁ କରାଯାଇ ଗୁମ୍ଫା ବାହାରକୁ ଅଣାଯାଇଥିଲା।

Leave A Reply

Your email address will not be published.