ଯେତେବେଳେ ଭାରତୀୟ ପତାକା ଉଡ଼େ, ଆମର ଛାତି ଗର୍ବରେ ଫୁଲିଯାଏ । କିନ୍ତୁ ଏବେ ସମୟ ଆସିଛି ମହାକାଶରେ ମଧ୍ୟ ଗର୍ବର ସହିତ ତ୍ରିରଙ୍ଗା ଉତୋଳନ କରିବାର । ଭାରତ ଏପରି ସ୍ୱପ୍ନ ଦେଖିଛି ଯାହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ୍ ଭଳି ଦେଶମାନଙ୍କର ଖେଳ ବୋଲି ବିବେଚନା କରାଯାଉଥିଲା । ଏହି ସ୍ୱପ୍ନର ପ୍ରଥମ ଝଲକ ଦିଲ୍ଲୀର ଭାରତ ମଣ୍ଡପମରେ ଦେଖାଯାଇଥିଲା, ଯେଉଁଠାରେ ISRO ଭାରତୀୟ ମହାକାଶ କେନ୍ଦ୍ର (BAS) ର ପ୍ରଥମ ମଡେଲକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲା । ଏଥିସହ ଆସନ୍ତୁ ଜାଣିବା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର କିଛି ଖାସ୍ କଥା ।
ଏମିତି ହେବ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ । ଆସିଲା ଭାରତୀୟ ସ୍ପେସ ଷ୍ଟେସନ ମଡ୍ୟୁଲର ପ୍ରଥମ ଫଟୋ । ଦୁଇ ଦିନିଆ ନେସନାଲ ସ୍ପେସ୍ ଦିବସ ଅବସରରେ ଭାରତୀୟ ସ୍ପେସ୍ ଷ୍ଟେସନ୍ ବା BAS ର ମଡ୍ୟୁଲ ଉନ୍ମୋଚନ କରିଛି ଇସ୍ରୋ । ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ କରାଯିବ। BAS-୧ ର ଓଜନ ରହିବ ପାଖାପାଖି ୧୦ ଟନ। ପୃଥିବୀ ୪୫୦ କିଲୋମିଟର ଉପରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବ। ଏଥିରେ ମାଇକ୍ରୋ ଗ୍ରାଭିଟି ରିସର୍ଚ୍ଚ, ଟେକ୍ନୋଲୋଜି ପ୍ରଦର୍ଶନ, ସାଇଣ୍ଟିଫିକ ଇମେଜିଂ ଆଦି କରିହେବ। ଏବେ ଇଣ୍ଟରନେସନାଲ ସ୍ପେସ୍ ଷ୍ଟେସନକୁ ୫ଟି ଏଜେନ୍ସୀ ଅପରେଟ୍ କରୁଛନ୍ତି ।
Also read : ଟାରିଫ ସମାଲୋଚନା ପରେ ଏଫବିଆଇ ରେଡ, ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ଜନ୍ ବୋଲ୍ ଟନଙ୍କ ଘରେ ଚଢ଼ାଉ