ଏବେ ବିଦେଶ ମାଟିରେ ଫାଇଟର ବିମାନ ଉଡାଇବେ ଅବନୀ ଚତୁର୍ବେଦୀ, ଭାରତର ରଖିବେ ନାମ

ନୂଆଦିଲ୍ଲୀ : ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀଙ୍କ ସହ ଭାରତୀୟ ବାୟୁସେନାର ୩ ମହିଳା ପାଇଲଟ ବିଦେଶରେ ହେବାକୁ ଥିବା ଏରିୟଲ ଓ୍ଵାରଗେମ୍‌ ରେ ଭାରତୀୟ ସେନା ପକ୍ଷରୁ ଭାଗ ନେବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ଥିବା ଅବନୀ ହେଉଛନ୍ତି ପ୍ରଥମ ମହିଳା ପାଇଲଟ୍‌ । ଅବନୀ ଏହା ପୂର୍ବରୁ ମଧ୍ୟ ବହୁ ଇତିହାସ ସୃଷ୍ଟି କରିସାରିଛନ୍ତି ।

ବିଦେଶ ମାଟିରେ ମହିଳା ପାଇଲଟ

ବୀର ଗାର୍ଡିୟନ୍‌ ୨୦୨୩ ଅଭ୍ୟାସ ୧୬ ଜାନୁଆରୀରୁ ୨୬ ଜାନୁଆରୀ ଯାଏ ଚାଲିବ । ଏହି ସୈନ୍ୟ ଅଭ୍ୟାସ ଜାପାନର ହ୍ୟାକୁରୀ ଏୟାର ବେସ ଓ ଏହାର ଆଖପାଖ ଏୟାର ବେସରେ କରାଯିବ । ଭାରତ ପକ୍ଷରୁ ଅବନୀ ଚତୁର୍ବେଦୀ ଖୁବ ଶୀଘ୍ର ଜାପାନ ଗସ୍ତରେ ଯିବେ । ଅବନୀ ସୁଖୋଇ- 30 MKI ର ପାଇଲଟ୍‌ ।

ଭାରତର ପ୍ରଥମ ମହିଳା ଫାଇଟର ପାଇଲଟ

୨୦୧୬ ମସିହାରେ ଅବନୀ ଚତୁର୍ବେଦୀ, ଭାବନା କାନ୍ତ ଓ ମୋହନା ସିଂହ ଭାରତୀୟ ବାୟୁସେନାର ଫାଇଟର ବିମାନ ଉଡାଇବା ପାଇଁ ମନୋନୀତ ହୋଇଥିଲେ । ଏହି ୩ ଜଣଙ୍କୁ ଲଢ଼ୁଆ ଯୁଦ୍ଧ ବିମାନ ଉଡାଇବାକୁ ଟ୍ରେନିଂ ଦିଆଯାଇଥିଲା । ଏହା ପୂର୍ବରୁ ମହିଳାଙ୍କୁ ଫାଇଟ ପ୍ଲେନ ଉଡାଇବାକୁ ଅନୁମତି ଦିଆଯାଉ ନଥିଲା ।

୨୨ ଫେବ୍ରୁଆରୀରେ ଅବନୀ ପ୍ରଥମେ ଗୁଜୁରାଟ ଜାମନଗର ଏୟାରବେସ ରୁ ଫାଇଟର ପ୍ଲେନ ମିଗ୍‌-୨୧ ସଫଳତାର ସହ ଉଡାଣ କରି ଇତିହାସ ରଚନା କରିଥିଲେ । ଏହା ପରଠାରୁ ଭାରତୀୟ ୩ ସେନା ବାହିନୀରେ ମହିଳାଙ୍କୁ କାମ କରିବାର ସୁଯୋଗ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.