ମୁମ୍ବାଇ ବିମାନବନ୍ଦରରେ ଭାସୁଛନ୍ତି ମାଛ, କର୍ମଚାରୀଠାରୁ ପାଇଲଟ ସମସ୍ତେ ଭୟଭୀତ

ଗତରାତିରୁ ଲାଗିରହିଥିବା ମୂଷଳାଧାର ବର୍ଷାରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ମାୟାନଗରୀ ମୁମ୍ବାଇବାସୀ। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି।

mumbai airport

ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିଥିବାରୁ ୱେଷ୍ଟର୍ଣ୍ଣ, ସେଣ୍ଟ୍ରାଲ ଓ ହାର୍ବର ଲାଇନରେ ଲୋକାଲ ଟ୍ରେନ ସେବାରେ ପ୍ରଭାବିତ ହୋଇଛି। ତେବେ ଏହି ପରିସ୍ଥିତିରେ ମୁମ୍ବାଇ ବିମାନବନ୍ଦରରେ ମାଛ ଭାସୁଥିବାର ଦେଖିବାକୁ ମିଳିଛି। ଲଗାତାର ବର୍ଷା ପାଇଁ ବିମାନବନ୍ଦରର ରନୱେରେ ପାଣି ଭର୍ତ୍ତି ହୋଇଯାଇଥିଲା। ଏପରିକି ସେଠାରେ ମାଛ ଭାଷୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସିଙ୍ଗୀ ମାଛ ଗୁଡିକ ସେଠାରେ ଡେଉଁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିମାନ କର୍ମଚାରୀ ଏବଂ ପାଇଲଟ। ଏହି ସିଙ୍ଗୀ ମାଛ ଗୁଡିକ ପାଖାପାଖି ୩ଫୁଟ ଲମ୍ବା ରହିଥିଲେ।


ଆଗାମୀ ୨୪ଘଣ୍ଟା ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷର ଆକଳ କରିଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ହାଇଟାଇଡ ଆଲର୍ଟ ଜାରି ହୋଇଛି। ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ଅନେକ ସ୍ଥାନରେ ମୋଟର ଲଗାଯାଇଛି।

Leave A Reply

Your email address will not be published.