ଚେନ୍ନାଇ: ମନ୍ଦିରର ପରମ୍ପରା ପାଇଁ ପୋଖରୀରେ ଘେରା କରିବାକୁ ଯାଇ ବୁଡିଗଲେ ୫ ଯୁବକ

ମନ୍ଦିରର ପୂଜା ପାଇଁ ପୋଖରୀରେ ଘେରା କରିବାକୁ ଯାଇଥିବା ବେଳେ ବୁଡିଗଲେ ଜଣେ ଯୁବକ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣ ବୁଡିଗଲେ । ୫ ମୃତଦେହ ଉଦ୍ଧାର କଲା ଦମକଳ ବାହିନୀ ।

ପୋଖରୀରେ ବୁଡି ଚାଲିଗଲା ୫ ଜୀବନ । ପୋଖରୀର ଜଣେ ବୁଡିଯାଉଥିବା ବେଳେ ଉଦ୍ଧାର କରିବାକୁ ଯାଇଅନ୍ୟ ୪ ଜଣ ବୁଡି ଯାଇଛନ୍ତି । ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ମୃତଦେହକୁ ପାଣିରୁ ବାହାର କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସପିଟାଲକୁ ପଠାଯାଇଛି । ତେବେ କେମିତି ଏଭଳି ଦୁର୍ଘଟଣା ଘଟିଲା, ତା’ର ତଦନ୍ତ କରୁଛି ପୋଲିସ ।

ସକାଳ ୧୦.୩୦ ସମୟରେ ଧର୍ମଲିଙ୍ଗେଶ୍ୱର ମନ୍ଦିରର ପାଇଁ ପୋଖରୀରେ କିଛି ଘେରା କରିବାକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବବଙ୍କର ଗୋଡ ଖସିଯିବାର ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଆଉ ୪ ଜଣ ବୁଡି ମରିଯାଇଛନ୍ତି । ତେବେ ଏଭଳି ଘଟଣା ଯୋଗୁଁ ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣା ବିଷୟରେ ଖବର ମିଳିବା ପରେ ଲୋକେ ରୁଣ୍ଡ ହୋଇଯାଇଥିଲେ ।

ଏହାପୂର୍ବରୁ ରାଜସ୍ଥାନର ସରଦାରସହର ଥାନା ଅଞ୍ଚଳରେ ଜଣେ ମା’ ନିଜର ଦୁଇ ପିଲାକୁ ନେଇ ପାଣି କୁଣ୍ଡରେ ଧକ୍କା ମାରି ମାରିଦେଇଥିଲା । ମୃତକଙ୍କ ମଧ୍ୟରେ ୩ ବର୍ଷର ଝିଅ ଏବଂ ୭ ବର୍ଷର ପୁଅ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.