ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରାକ୍ଟର ଓ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ, ୫ମୃତ
![accident e3](https://knewsodisha.com/wp-content/uploads/2024/12/accident-e3.jpg)
ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ। ବକାରୋ-ରାମଗଡ଼ ନ୍ୟାସନାଲ ହାଇଓ୍ବେରେ ଏହି ଦୁର୍ଘଟଣା ହୋଇଛି । ପ୍ରଥମେ ଟ୍ରାକ୍ଟର ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲେ । ଅଳ୍ପ ସମୟ ମଧ୍ୟରେ ଏକ ବୋଲେରୋ ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାରେ ମୋଟ ୮ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବକାରୋ ଜିଲ୍ଲାର ଦାନ୍ତୁ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । ଜାତୀୟ ରାଜପଖରେ ପ୍ରଥମେ ଟ୍ରାକ୍ଟର ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିଲା । ଏହାର କିଛି ସମୟ ପରେ ଉଭୟ ଗାଡ଼ିକୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆରମ୍ଭ ହୋଇଛି । ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ରେସକ୍ୟୁ କରି ଜରିଡିହୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ କିଛି ସମୟ ଧରି ରାଜପଥରେ ଟ୍ରାଫିକ ଜାମ୍ ହୋଇଥିଲା। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।