ଗୋଟେ ଘରୁ ମିଳିଲା ପରିବାରର ୫ ଜଣ ସଦସ୍ଯଙ୍କ ମୃତଦେହ, ଅଢେଇ ବର୍ଷର ପିଲା ଉଦ୍ଧାର କିନ୍ତୁ ଭୋକରେ ମରିଗଲା ୯ ମାସର ଶିଶୁ
କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ଯଙ୍କ ମୃତଦେହ ଏକ ରୁମରୁ ମିଳିଛି। ଏମାନଙ୍କ ମଧ୍ୟରେ ୯ ମାସର ଏକ ପିଲା ମଧ୍ୟ ସାମିଲ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନାଯୋଗ୍ଯ, ଘଟଣାଟି ବେଙ୍ଗାଲୁରୁର ବୟାଦରହଲ୍ଲୀ ଅଞ୍ଚଳରେ ଘଟିଛି। ଘରେ ପରିବାରର ୪ ଜଣ ଲୋକ ଫାଶୀରେ ଝୁଲୁଥିବା ମିଳିଛନ୍ତି। ଏମାନଙ୍କ ମଧ୍ୟରେ ୯ ମାସର ପିଲାର ମୃତଦେହ ବେଡ ଉପରେ ପଡିଥିବା ଦେଖିବାକୁ ମିଳିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଅଢେଇ ବର୍ଷର ପିଲା ପୋଲିସ ଜୀବନ୍ତ ଉଦ୍ଧାର କରାଯାଇଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି। ଶବଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ଯା ବୋଲି ଜଣାପଡୁଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୃତକଙ୍କ ମଧ୍ୟରେ ୫୧ ବର୍ଷର ଭାରତୀ, ୩୪ ବର୍ଷୀୟ ସଂଚନା, ୨୫ ବର୍ଷୀୟ ମଧୁସାଗର ଏବଂ ସିଦ୍ଧୁରାନୀ ୯ ମାସର ଝିଅ ରହିଛି।