ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଦୁର୍ଘଟଣା; ଟ୍ରକ୍-କାର ଧକ୍କାରେ ୫ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ କଡପାରେ ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର ସହିତ କାରର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଭଭାଲାଚେରୁଭୁ ଘାଟ ରୋଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନା ଅନୁସରା ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଉଭୟପଟୁ ଦୁଇଜଣଯାକ ଦ୍ରୁତଗତିରେ ଆସୁଥିବାବେଳେ କାର ଓ କଣ୍ଟେନର ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଟ୍ରକର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଚିଣ୍ଟାକୋମାଡିନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ବ୍ୟକ୍ତିମାନେ ଏକ ପରିବାରର ସଦସ୍ୟ ଥିଲେ ଯେଉଁମାନେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ଚକ୍ରପ୍ରଦେଶ ମଣ୍ଡଳର କନେପାଲ୍ଲୀ ଗାଁର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।