ଏହି ୫ ପ୍ରକାର ଜୀବାଣୁ ଦ୍ୱାରା ୨୦୧୯ ରେ ଯାଇଛି ୬.୮ ଲକ୍ଷ ଲୋକଙ୍କ ଜୀବନ : ତଥ୍ୟ

ନୂଆଦିଲ୍ଲୀ : ପତ୍ରିକା ‘ ଦି ଲେସଣ୍ଟ’ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାଧାରଣ ଜୀବାଣୁ ସଂକ୍ରମଣ ଦ୍ୱାରା ୨୦୧୯ ରେ ଯାଇଛି ୬.୮ ଲକ୍ଷ ଲୋକଙ୍କ ଜୀବନ । ବିଶ୍ୱସ୍ତରରେ ପ୍ରତି ୮ ଜଣ ମୃତକଙ୍କ ମଧ୍ୟରେ ଜଣେ ଜୀବାଣୁ ସଂକ୍ରମର ଦ୍ୱାରା ମୃତ୍ୟୁ ମୁଖରେ ପଡିଥିବା ଏହି ତଥ୍ୟରୁ ଜଣାପଡିଛି ।

ଗବେଷକଙ୍କ ଅନୁଯାୟୀ ଭାରତରେ – ଇ କୋଲାଇ, ଏସ ନିମୋନିଆ, କେ ନିମୋନିଆ, ଏସ ଆରିଏସ ଏବଂ ଏ. ବାଉମାନୀ ନାମକ ସବୁଠୁ ଘାତକ ୫ ଜୀବାଣୁ ଯୋଗୁ ୨୦୧୯ ରେ ୬,୭୮,୮୪୬ (ପ୍ରାୟ ୬.୮) କୋଟି ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ଇ କୋଲାଇ ସବୁଠୁ ଘାତକ ଥିଲା ଯାହା ଯୋଗୁ ୨୦୧୯ ରେ ୧,୫୭,୦୮୨ ଲୋକଙ୍କ ମୃତ୍ୟୁ ହୋଇଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଶ୍ୱସ୍ତରରେ ଜୀବାଣୁ ସଂକ୍ରମଣ ଯୋଗୁ ୨୦୧୯ରେ ମୃତ୍ୟୁର ପ୍ରଧାନ କାରଣ ଭାବେ ଠିଆ ହୋଇଛି । ଏହା ହୃଦୟ ରୋଗ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

୨୦୧୯ ରେ ଏଚଆଇଭି/ଏଡ୍ସ (୮୬୪,୦୦୦ ମୃତ୍ୟୁ) ର ତୁଳନାରେ ଅଧିକ ମୃତ୍ୟୁ ସବୁଠୁ ଘାତକ ଜୀବାଣୁ ଏସ୍‌. ଆରିୟସ ଓ ଇ. କୋଲାଇ ଯୋଗୁ ବୋଲି ଏହି ଗବେଷଣାରୁ ଜଣାପଡିଛି । ଏଡି ନୂଆ ଅଧ୍ୟୟନ ଦ୍ୱାରା ୩୩ ସାଧାରଣ ଓ ୧୧ ମୁଖ୍ୟ ଜୀବାଣୁ ସଂକ୍ରମଣ ଦ୍ୱାରା ମୃତ୍ୟୁ ହାର ଅନୁମାନ କରାଯାଉଛି । ଏହି ଆକଳନ ୨୦୪ ଦେଶରେ ସବୁ ବୟସ ଓ ଲିଙ୍ଗର ବ୍ୟକ୍ତିଙ୍କ ଉପରେ ପ୍ରସ୍ତୁତ କରାଯାଇଥିଲା ।

ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ ୨୦୧୯ ଓ ଗ୍ଲୋବାଲ ରିସର୍ଚ୍ଚ ଅନ୍‌ ଏଣ୍ଟିମାଇକ୍ରୋବେଲ ରେଜଷ୍ଟ୍ରେସନ ଅଧ୍ୟୟନ ଦ୍ୱାରା ପ୍ରତ୍ୟେକ ମୃତ୍ୟୁ ପାଇଁ ଦାୟୀ ସଂକ୍ରମଣ ପ୍ରକାର ଜାଣିବା ପାଇଁ ୩୪.୩ କୋଟି ଲୋକଙ୍କ ବ୍ୟକ୍ତିଗତ ରେକର୍ଡ ଓ ପାଥୋଜେନ ଆଇସୋଲେଟସର ଉପଯୋଗ କରାଯାଇଥିଲା । ୨୦୧୯ ରେ ୧.୩୭ କୋଟି ସଂକ୍ରମଣ ସମ୍ବନ୍ଧିତ ମୃତୁ ମଧ୍ୟରୁ ୭୭ ଲକ୍ଷ ମୃତ୍ୟୁ ମାମଲା ୩୩ ଜୀବାଣୁ ସଂକ୍ରମଣ ଜନିତ ବୋଲି ଜଣାପଡିଛି ।

ଅଧ୍ୟୟନ ଅନୁସାରେ ଜୀବାଣୁ ଜନିତ ମୃତ୍ୟୁର ୭୭ ଲକ୍ଷ ମାମଲାରୁ ୭୫ ପ୍ରତିଶତ ମୃତ୍ୟୁ ମୁଖ୍ୟତ ଲୋୟର ରେସପିରୋଟେରୀ ଇନଫେକ୍‌ସନ, ବ୍ଲଡଷ୍ଟ୍ରିମ ଇନଫେକସନ ଓ ପେରିଟୋନଲ ଏଣ୍ଡ ଇଣ୍ଟ୍ରା ଏବଡୋମିନଲ ଇନଫେକସନ୍‌ କାରଣରୁ ହୋଇଥିବା ଜଣାଯାଇଛି । ଯେଉଁ ଜୀବାଣୁ ଉପରେ ଅଧ୍ୟନ କରାଯାଇଛି ସେଥି ମଧ୍ୟରୁ ଏହି ୫ ଯଥା-ଇ କୋଲାଇ, ଏସ୍‌ ନିମୋନିଆ, କେ ନିମୋନିଆ, ଏସ୍‌ ଆରିୟସ୍‌ ଓ ଏ ବାଉମାନୀ ଜୀବାଣୁ ୫୪.୨ ପ୍ରତିଶତ ମୃତ୍ୟୁ ପାଇ ଦାୟୀ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.