ଦେଶ ବିଦେଶ

ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ମନା ! ବ୍ରେଥ ଆନାଲାଇ‌ଜ୍‌ ଟେଷ୍ଟରେ ରିପୋର୍ଟ ଆସୁଛି ପଜିଟିଭ୍‌

ପରଫ୍ୟୁମ ବ୍ୟବହାର କରୁଥିବା ପାଇଲଟଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଭାରତରେ ଏକ ନୂଆ ନିୟମ ଅନୁଯାୟୀ ଏବେ ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ୍ ବ୍ୟବହାର କରିବା ମନା । ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ବ୍ୟବହାର ପାଇଁ ମନା ହୋଇପାରେ । ବିମାନକୁ ଯିବା ପୂର୍ବରୁ କିମ୍ବା ବିମାନରୁ ବାହାରିବା ପରେ ହେଉଥିବା ବ୍ରେଥ ଆନାଲାଇଜ୍ ବା ନିଶା ସେବନ ପରୀକ୍ଷା ସମୟରେ କେତେକ କ୍ଷେତ୍ରରେ ଉକ୍ତ ରିପୋର୍ଟ ପଜିଟିଭ୍ ଆସୁଛି ।

ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ଆଲକହଲ ବ୍ୟବହାର ପାଇଁ ଡାକ୍ତରୀ ପରୀକ୍ଷା ପଦ୍ଧତିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି । ଏହି ସଂଶୋଧନ ପ୍ରସ୍ତାବରେ ଉପରୋକ୍ତ କଟକଣା ଲଗାଇବା ପାଇଁ କୁହାଯାଇଛି । ଏହା ହେଲେ ବିମାନ କର୍ମଚାରୀ ଏଭଳି କିଛି ଔଷଧ ବ୍ୟବହାର କରିପାରିବେ ନାହିଁ, ଯେଉଁଥିରେ ଆଲକହଲ ରହିଛି । କେବଳ ଔଷଧ ନୁହେଁ, ମାଉଥୱାସ, ଦାନ୍ତଘଷା ଜେଲ, ପରଫ୍ୟୁମ ଆଦି ଯେଉଁଥିରେ ଆଲକହଲର ମାତ୍ରା ରହିଛି ତାହାକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ । ଏସବୁ ଔଷଧ ଓ ଉତ୍ପାଦ ବ୍ୟବହାର କଲେ ବ୍ରେଥ ଆନାଲଇଜର ଟେଷ୍ଟ ପଜିଟିଭ ଆସିପାରେ ।

ଯଦି କୌଣସି କର୍ମଚାରୀ ସଦସ୍ୟ ଉକ୍ତ ଔଷଧ ନେବେ ତାହା ପୂର୍ବରୁ କମ୍ପାନିର ଡାକ୍ତରଙ୍କୁ ବିମାନ ଉଡ଼ାଣ କାର୍ଯ୍ୟ ପୂର୍ବରୁ ପରାମର୍ଶ କରିବେ ବୋଲି ଡିଜିସିଏର ଚିଠା ପ୍ରସ୍ତାବରେ କୁହାଯାଇଛି । ଅନେକ ପାଇଲଟଙ୍କର ନିଶା ସେବନ ଟେଷ୍ଟ ପଜିଟିଭ୍ ଆସିଛି । କହିରଖିବାକୁ ଚାହିଁବୁ ଯେ ପୂର୍ବରୁ ଅନେକ ପାଇଲଟଙ୍କର ବ୍ରେଥ୍‌ ଆନାଲଇଜ ଟେଷ୍ଟ ପଜିଟିଭ୍‌ ଆସିଛି। ସେମାନେ ଏଥିପାଇଁ ଆଫଟର ସେଭ ଲୋସନ କିମ୍ବା ପରଫ୍ୟୁମରେ ଥିବା ଆଲକୋହଲକୁ ଦୋଷ ଦେଇଛନ୍ତି। ଏପରିକି ହୋମିଓପାଥି ଔଷଧ ସେବନକୁ ମଧ୍ୟ ଦୋଷ ଦେଇଛନ୍ତି।

ଯେଉଁ ବିମାନ କର୍ମଚାରୀ ସେମାନଙ୍କ ପ୍ରଥମ ପ୍ରି ଫ୍ଲାଇଟ୍ ବ୍ରେଥ ଆନାଲଇଜର ଟେଷ୍ଟରେ ବିଫଳ ହୁଅନ୍ତି ସେମାନଙ୍କର ଲାଇସେନ୍ସ ୩ ମାସ ପାଇଁ ବାତିଲ ହେବାର ସମ୍ଭାବନା ରହିଥାଏ । ଦ୍ୱିତୀୟ ଥର ପାଇଁ ହେଲେ ଲାଇସେନ୍ସ ୩ ବର୍ଷ ପାଇଁ ବାତିଲ ହୋଇଥାଏ । ସେହିଭଳି ତୃତୀୟ ଥର ପାଇଁ ବିଫଳ ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ।

Pritiparna

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

12 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

37 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

41 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

44 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

50 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago