ମଝି ଆକାଶରେ ଝଟ୍‌କା ଯୋଗୁ ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ବିମାନର ଜରୁରୀ ଅବତରଣ; ୧ ଯାତ୍ରୀ ମୃତ; ଅନେକ ଆହତ

ଲଣ୍ଡନ-ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ଗମ୍ଭୀର ଟର୍ବୁଲାନ୍ସ (ଝଟ୍‌କା) ଯୋଗୁ ମଙ୍ଗଳବାର ବ୍ୟାଙ୍କକ୍‌ରେ ଜରୁରୀ ଅବତରଣ କରିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି ।

ଲଣ୍ଡନ-ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ଗମ୍ଭୀର ଟର୍ବୁଲାନ୍ସ (ଝଟ୍‌କା) ଯୋଗୁ ମଙ୍ଗଳବାର ବ୍ୟାଙ୍କକ୍‌ରେ ଜରୁରୀ ଅବତରଣ କରିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ବିମାନଟି ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ସଦସ୍ୟଙ୍କ ସହ ଲଣ୍ଡନରୁ ସିଙ୍ଗାପୁର ଯାଉଥିଲା ।

ଯଦିଓ ସିଙ୍ଗାପୁର ଏୟାରଲାଇନ୍ସ କେତେ ଲୋକ ଆହତ ହୋଇଥିବା କଥା କହିନାହିଁ । କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଏଥିରେ ୩୦ ଜଣ ଆହତ ହୋଇଛନ୍ତି । ଏୟାରଲାଇନ୍ସ ଏକ ବୟାନରେ କହିଛି ଯେ ବୋଇଙ୍ଗ 777-300ER ବିମାନ ସିଙ୍ଗାପୁର ଅଭିମୁଖେ ଯାଉଥିଲା । ଏଥିରେ ୨୧୧ ଜଣ ଯାତ୍ରୀଙ୍କ ସହ ୧୮ ଜଣ କ୍ରୁ ସଦସ୍ୟ ଥିଲେ । କିନ୍ତୁ ଝଟ୍‌କା ହେତୁ ବିମାନକୁ ବ୍ୟାଙ୍କକ୍‌ରେ ଜରୁରୀ ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା ।

ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ବିମାନବନ୍ଦରର ଜଣେ ପ୍ରବକ୍ତା କହିଛନ୍ତି କି, ମେଡିକାଲ୍‌ ଟିମ୍‌ ଷ୍ଟାଣ୍ଡବାଇରେ ଥିଲେ । ଏୟାରଲାଇନ୍ସ କହିଛି, ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଆମର ପ୍ରାଥମିକତା । ଆମେ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ଥାଇଲାଣ୍ଡର ସ୍ଥାନୀୟ ଅଧିକାରୀମାନଙ୍କ ସହ କାର୍ଯ୍ୟ କରୁଛୁ । ଏୟାରଲାଇନ୍ସ ମୃତ ଯାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ।

ସୂଚନା ମୁତାବକ, ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମେ’ ୨୦ରେ ଲଣ୍ଡନର ହିଥ୍ରୋରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଥିଲା । ହେଲେ ଆକାଶ ମାର୍ଗରେ ଗମ୍ଭୀର ଝଟ୍‌କା ହେତୁ ଏହାକୁ ବ୍ୟାଙ୍କକ୍‌ ଆଡକୁ ଡାଇଭର୍ଟ କରାଯାଇଥିଲା । ବିମାନଟି ମେ’ ୨୧ରେ ସ୍ଥାନୀୟ ସମୟ ଅପରାହ୍ନ ୩ଟା ୪୫ ମିନିଟ୍‌ରେ ଲ୍ୟାଣ୍ଡ କରିଥିଲା । ଏହା ଲ୍ୟାଣ୍ଡ କରିବା ମାତ୍ରେ ଅନେକ ଆମ୍ବୁଲାନ୍ସ ଗାଡ଼ି ଏୟାରପୋର୍ଟରେ ପହଞ୍ଚିଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.