ବିମାନ ଉଡାଣ ଭରିବା ବେଳେ ହୁଗୁଳିଲା ଚକା, ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଲେ ୪୯ ପାସେଞ୍ଜର, ଦେଖନ୍ତୁ ଭିଡିଓ

କାନାଡା: ଉଡାଣ  ଭରିବା ବେଳେ ଅଧା ରାସ୍ତାରେ ଖସିଲା ବିମାନର ଚକା।  । ଅଲ୍ପକେ ବର୍ତ୍ତିଲ ୪୯ ପାସେଞ୍ଜର। ଏହି ଘଟଣା ଘଟିଛି କାନାଡାର ମନିଟ୍ରାଏଲ ଟୁଡୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ। ଯେଉଁଠାରେ  ୮୬୮୪ ନମ୍ବରର ଏକ ବିମାନ ଉଡାଣ ଭରିବା ବେଳେ ବିମାନର ଚକାରେ କିଛି ତ୍ରୁଟି ଦେୋ ଦେଇଥିଲା। ଯାହାକୁ ଜଣେ ପାସେଞ୍ଜର ନିଜ ମୋବାଇଲରେ ରେକର୍ଡ କରିଥିଲେ।
ପ୍ରଥମେ ବିମାନଟିର ଚକାରେ ନିଆଁ ଲାଗିଥିଲା। କିଛି ସେକେଣ୍ଡ ପରେ ବିମାନର ବାମ ପଟ ଲ୍ୟାଣ୍ଡିଙ୍ଗ ଗିୟରରୁ ଏକ ଟାୟାର ଅଲଗା ହୋଇଗଲା। ଏହା ପରେ ଭିଡିଓ ଉଠାଇଥିବା ପାସେଞ୍ଜର ଜଣକ ବିମାନର ଚକା ଖସିଯିବା ଖବରକୁ ସିଧା ଯାଇ ବିମାନର ପାଇଲଟକୁ ଜଣାଇଥିଲେ। ପରେ ବିମାନଟିକୁ ସୁରକ୍ଷିତରେ ଲ୍ୟାଣ୍ଡିଙ୍ଗ  କରାଯାଇଥିଲା।

flight whlee brk

ଏହି ଘଟଣାପରେ ଜୋଜ୍ ଆବିଏସନର ମୁଖପାତ୍ର କହିଛନ୍ତି ଯେ  ବିମାନର ପାଇଲଟ ଖୁବ ଅଭିଜ୍ଞ ଥିଲେ । ବିମାନର ଏଭଳି ଖବର ପାଇ ସ୍ଥିତର ନିୟନ୍ତ୍ରଣ କରିଥିଲେ।  ପରେ ସୁରକ୍ଷିତରେ  ବିମାନର ଲ୍ୟାଣ୍ଡିଙ୍ଗ କରାଇଥିଲେ। ଏହି ଘଟଣା କହିଁକି ଘଟିଲା ଓ କେଉଁ ପରିସ୍ଥିତିରେ ଘଟିଲା  ତାହାର ଅନୁସନ୍ଧାନ କରାଯିବ ବୋଲି ଜୋଜ୍ ଆଭିଏସନ ତରଫରୁ କୁହାଯାଇଛି।

ପାଇଲଟ ଅପରେଟର ପାଇଲଟଙ୍କର ପ୍ରଶଂସା  କରି କହିଛନ୍ତି  ଆପତକାଳୀନ  ପରିସ୍ଥିତିରେ ଚେତାବନୀ ଜାରି କରି କୁହଯାଇଥିଲା ଓ ଦମକଳ ଗାଡି ମଧ୍ୟ ପ୍ରସ୍ତୁତ ଥିଲା କିନ୍ତୁ ସେସବୁର କିଛି ଆବଶ୍ୟକ ପଡିଲା ନାହିଁ। ଯେଉଁ ବିମାନ ଚକା ଖସିଯାଇଥିଲା ସେହି ବିମାନ ଡେସ-୮-୩୦୦ ମଡେଲ ଥିଲା। ଏଥିରେ ତିନୋଟି ଲ୍ୟାଣ୍ଡିଙ୍ଗ ଗିୟର ରହିଥିଲା। ଦୁଇଟି ବାମ ଡାହାଣ ଓ ଗୋଟିଏ ଆଗରେ  ରହିଛି। ପ୍ରତ୍ୟକ ଗିୟରରେ ଦୁଇଟି ଚକା ରହିଛି। ବର୍ତ୍ତମାନ ସମୟରେ ମନିଟ୍ରାଏଲରେ ବିମାନ କର୍ମଚାରୀମାନେ  ଜରୁରୀ  ମରାମତି ପାଇଁ ଯାଞ୍ଚ କରୁଛନ୍ତି ଯାହାର କାରଣ ଜଣା ପଡିବ।  ଏହା  ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.