ଫ୍ଲିପକାର୍ଟରୁ କ୍ୟାମେରା ମଗେଇବା ପଡ଼ି଼ଲା ଭାରି, କ୍ୟାମେରା ବଦଳରେ ଆସିଲା ଟାଇଲ୍ସ

ଆଜିର ସମୟରେ ଲୋକମାନେ ସପିଙ୍ଗ ପାଇଁ ଅନେକ ଅନଲାଇନ ସାଇଟର ସାହାରା ନେଇଥାନ୍ତି । କାରଣ ଲୋକମାନଙ୍କୁ ଏହି ପ୍ଲାଟଫର୍ମରୁ ଜିନିଷ କିଣିବା ପାଇଁ ଅତି ସହଜ ହୋଇଥାଏ ଏବଂ ଘରେବସି ମଧ୍ୟ ସେମାନେ ନିଜ ମନ ପସନ୍ଦର ଜିନିଷ ପାଇପାରନ୍ତି । କେବଳ ସେତିକି ନୁହେଁ ଇ-କମର୍ସ କମ୍ପାନୀ ଗୁଡିକ ନିଜର ଗ୍ରାହକ ମାନଙ୍କୁ ଲାଭ ପହଂଚାଇବା ପାଇଁ ଅନେକ ଆକର୍ଷଣୀୟ ଅଫର ସହ ଫାଷ୍ଟ ଡେ଼ଲିଭରିର ସୁବିଧା ମଧ୍ୟ ଦେଇଥାନ୍ତି ।

 

Image result for flipkart user ordered rs 27500 camera get tiles with user manual

ଅନ୍ୟପଟେ ଆଜିକାଲି ଅନଲାଇନ ଠକାମିର ଅନେକ ଘଟଣା ଦେଖିବାକୁ ମିଳୁଛି । ଯେଉଁଥିରେ ଲୋକମାନେ ଅର୍ଡର କରୁଥିବା ଜିନିଷ ବଦଳରେ ତାଙ୍କୁ ପଥର କିମ୍ବା ଟାଇଲସ ଭର୍ତ୍ତି କରି ଦିଆଯାଉଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ନୁରରେ । ସୂଚନା ଅନୁଯାୟୀ ଏଠାରେ ଜଣେ ବ୍ୟକ୍ତି ଫ୍ଲିପକାର୍ଟରୁ ଏକ କ୍ୟାମେରା ଅର୍ଡର କରିଥିଲେ କିନ୍ତୁ ବଦଳରେ ତାଙ୍କୁ ଟାଇଲସ ଡେ଼ଲିଭର କରାଯାଇଥିଲା । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ଏହାସହ ପଢନ୍ତୁ ବୁଝି ବିଚାରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନିଜ ପିଲାର ଫଟୋ, ନଚେତ ହୋଇପାରେ ଏଭଳି କ୍ଷତି

କନ୍ନୁର ସହରରେ ରହୁଥିବା ବିଷ୍ଣୁ ସୁରେଶ ନାମକ ଜଣେ ବ୍ୟକ୍ତି ଇ-କମର୍ସ ସାଇଟ ଫ୍ଲିପକାର୍ଟରୁ ୨୭,୫୦୦ ଟଙ୍କାର ଏକ କ୍ୟାମେରା ବୁକ କରିଥିଲେ । ନଭେମ୍ବର ୨୪ ତାରିଖ ଦିନ ପ୍ରାୟ ୧୧.୩୦ ସମୟରେ ବିଷ୍ଣୁଙ୍କୁ କ୍ୟାମେରାର ପାର୍ସଲ ରିସିଭ କରିଥିଲେ । ଏହାପରେ ଯେତେବେଳେ ସେ ନିଜର କ୍ୟାମେରାର ପାର୍ସଲ ଖୋଲିଥିଲେ ସେଥିରୁ ଟାଇଲସ ସହିତ କ୍ୟାମେରାର ୟୁଜର ମାନୁଆଲ ବାହାରିଥିଲା । ତେବେ ଫ୍ଲିପକାର୍ଟ ବିଷ୍ଣୁଙ୍କୁ ନୂଆ କ୍ୟାମେରା ଦେବ ବୋଲି ଆଶ୍ୱାସନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.