ଦେଶ ବିଦେଶ

ପାକିସ୍ତାନରେ ‘ମହାବିନାଶ’…! ୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୩ କୋଟି ଲୋକ ଜଳବନ୍ଦୀ

ପ୍ରକୃତିର କରାଳ ରୂପ, ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣି ଆଉ ପାଣି…ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି, ନା ଖାଇବାକୁ ଦୁଇ ମୁଠା ଦାନା। ଚତୁର୍ଦ୍ଦିଗରେ ହାହାକାର। ଆଖିରୁ ନିଦ ଛଡ଼ାଇ ନେଇଛି ଏହି ଘାତକ ବନ୍ୟା। ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ବର୍ତ୍ତମାନ ସମୟରେ ଏ ହେଉଛି ପାକିସ୍ତାନର ଅବସ୍ଥା। ଗତ ୧୦ ଦିନର ବର୍ଷା ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଦେଶର ଏକ ତୃତୀୟାଂଶ ଭାଗ ବନ୍ୟା ଜଳରେ ବୁଡ଼ି ଯାଇଛି।

ଭୟଙ୍କର ବନ୍ୟାକୁ ସାମ୍ନା କରୁଥିବା ପାକିସ୍ତାନରେ ଏ ପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୧୦ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇ ପଡ଼ିଥିବା ବେଳେ ଦେଶର ପାଖାପାଖି ୩ କୋଟି ଜନତା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। କେବଳ ମଣିଷ ନୁହଁନ୍ତି, ଏଠି ପଶୁ ମଧ୍ୟ ମରଣ ମୁଖରୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଛି। ୭ ଲକ୍ଷରୁ ଅଧିକ ଜୀବଜନ୍ତୁ ବନ୍ୟା ଜଳରେ ଭାସି ଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ସେପଟେ ଗଣ୍ଡାଏ ଖାଇବା ପାଇଁ ଲୋକେ ନାନା ହିନସ୍ତା ଭୋଗୁଛନ୍ତି। ଦେଶର ୩ ହଜାର କିଲୋମିଟର ରାସ୍ତା ବନ୍ୟା ପାଣିରେ ଧୋଇ ହୋଇ ଯିବାରୁ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ରିଲିଫ୍‌ ସାମଗ୍ରୀ। ଫଳରେ ବନ୍ୟା ପ୍ରପୀଡ଼ିତ ଲୋକେ ଦିନ ଦିନ ଧରି ଉପବାସରେ ରହିବାକୁ ବାଧ୍ୟ ହେଉଛନ୍ତି।

ଏକ ରିପୋର୍ଟରୁ ଜଣାପଡ଼ିଛି, ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ, ବଲୁଚିସ୍ତାନ, ଖୈବର-ପଖତୁନଖଓ୍ଵା ଓ ପଞ୍ଜାବ ରାଜ୍ୟ। ଏହି ସବୁ ଅଞ୍ଚଳରେ ପାଖାପାଖି ୨୦ ଲକ୍ଷ ଏକର ଫସଲ ବର୍ବାଦ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିଛି। ପରିବାର ଦଳ ଆକାଶଛୁଅାଁ ରହିଥିବା ବେଳେ ଟମୋଟୋ କେଜି ୫୦୦ ଟଙ୍କା ଏବଂ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି।

ଏଭଳି ସ୍ଥିତିରେ ପାକିସ୍ତାନ ସରକାର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ମୁତାବକ, ଦେଶରେ ବନ୍ୟାର ସବୁଠାରୁ ବଡ଼ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହାର ସିଧା ପ୍ରଭାବ ବର୍ଷାର ପ୍ରକାର ଉପରେ ପଡ଼ିଛି। ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧିକୁ ନେଇ ମିଳିତ ଜାତିସଂଘର ରିପୋର୍ଟ କହୁଛି କି, ଏଥର ପୃଥିବୀର ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଛି, ଯେଉଁ କାରଣରୁ ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି।

କହି ରଖୁଛୁ, ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶ ଆସୁଛି। ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ନିକଟରେ ଥିବା ହେତୁ ଗରମ ପବନ ହିମାଳୟ ସହ ଧକ୍କା ହେଉଛି, ଯେଉଁ କାରଣରୁ ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଅଧିକ ପରିମାଣରେ ବର୍ଷା ହେଉଛି। ପ୍ରାୟତଃ ପାକିସ୍ତାନରେ ଆନୁମାନିକ ୧୩୦ ମିଲିମିଟର ବର୍ଷା ହୋଇଥାଏ, କିନ୍ତୁ ଏଥର ଏହା ୩୮୫ ମିମି ହୋଇଛି। ପାଣିପାଗ ବିଭାଗର ସୂଚନା ମୁତାବକ, ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକାର ବର୍ଷା ଲାଗି ରହିବ।

ସେପଟେ ପାକିସ୍ତାନରେ ଯେଉଁଭଳି ବନ୍ୟା ପରିସ୍ଥିତି ଉପୁଜିଛି, ତାହାକୁ ଦେଖିବା ପାଇଁ ମିଳିତ ଜାତିସଂଘ ପ୍ରମୁଖ ଏଣ୍ଟୋନିୟୋ ଗୁଟେରେସ୍‌ ଆଗାମୀ ସପ୍ତାହରେ ପାକିସ୍ତାନ ଯିବେ। ଗୁଟେରେସ୍‌ ସେଠାରେ ପହଞ୍ଚି ପରିସ୍ଥିତି ସମୀକ୍ଷା କରିବେ। ସୂଚନାଥାଉ କି, ୟୁଏନ୍‌ ପୂର୍ବରୁ ମଧ୍ୟ ଜରୁରୀକାଳୀ ସହାୟତା ରୂପେ ପାକିସ୍ତାନକୁ ୩ ମିଲିୟନ ଡଲାରର ଫଣ୍ଡ୍‌ ରିଲିଜ୍‌ କରି ସାରିଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago