ସାରା ରାତି ବର୍ଷା, ସକାଳ ବେଳକୁ ଆଇଟି ହବ୍‌ ଜଳମୟ

କେନ୍ୟୁଜ୍(ବ୍ୟୁରୋ):  ସାରା ରାତି ବର୍ଷା। ସକାଳ ବେଳକୁ ସାରା ସହର ଜଳମୟ। ହ୍ରଦରେ ପରିଣତ ହୋଇସାରିଥିଲା ଆଇଟି ହବ୍‌। ପରିସ୍ଥିତି ଏପରି ହୋଇଥିଲା ରାସ୍ତାରେ ବୋଟ ଚାଲିଥିଲା। ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ। ମୂଷଳ ଧାର ବର୍ଷା ପରେ ଅନେକ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ରହିଥିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ବି ପଶିଥିଲା ପାଣି। ସହରର ବେଲାନ୍ଦୁର, ସରଜାପୁରରୋ, ହ୍ଵାଇଟ ଫିଲ୍‌ଡ, ଆଉଟର ରିଂରୋଡ ଏବଂ ବିଇଏମଏଲ ଲେ ଆଇଟ ଏରିଆ ସବୁୁଠୁ ଅଧିକ ପ୍ରଭାବିତ ହୋଇଥିଲା। ପ୍ରବଳ ବର୍ଷା ପରେ ରାସ୍ତାରେ ଭୟଙ୍କର ଟ୍ରାଫିକ ଜାମ ଦେଖାଯାଇଥିଲା। ବେଙ୍ଗଳୁରୁବାସୀଙ୍କୁ ବନ୍ୟାଭଳି ସ୍ଥିତିର ସମୁଖୀନ ହେବାକୁ ପଡିଥିବା କହିଛନ୍ତି।

 

ପ୍ରବଳ ବର୍ଷାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆଇଟି କଂପାନୀ। ବେଙ୍ଗାଳୁରୁର ବିଭିନ୍ନ ଆଇଟି କଂପାନୀ ପ୍ରବଳ ବର୍ଷାଜନିତ କାରଣକୁ ୨୨୫ କୋଟିର କ୍ଷତି ସହିିଥିବା କୁହାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଭିନ୍ନ ଆଇଟି କଂପାନୀ ସହ ଆଲୋଚନା କରିବେ ବୋଲି କହିଛନ୍ତି। କ୍ଷୟକ୍ଷତିର ଆକଳନ ସହ ବିଭିନ୍ନ କଂପାନୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।

 

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ମୂଷଳଧାର ବର୍ଷାରେ ବେଙ୍ଗାଳୁରୁରେ ଜନଜୀବନ ବ୍ୟାହତ। ଗତ କିଛି ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବାରୁ ଡ୍ରେନେଜ ସିଷ୍ଟମକୁ ଦାୟୀ କରିଛନ୍ତି ସହରବାସୀ। ସେପଟେ କର୍ଣ୍ଣାଟକରେ ୯ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋଡାଗୁ, ସିମୋଗା, ଦକ୍ଷିଣ କନ୍ନଡ, ଉଡ୍ଡୁପି ଓ ଚିକ୍‌ମାଙ୍ଗଳୁରୁ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଜାରି ହୋଇଛି।…
ବ୍ୟୁରୋ ରିପୋର୍ଟ, କଳିଙ୍ଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.