ଦେଶ ବିଦେଶ

୧୩୦୦ ଲୋକଙ୍କ ଜୀବନ ନେଲାଣି ପାକିସ୍ତାନର ପ୍ରଳୟଙ୍କରୀ ବନ୍ୟା! ୭ ଲକ୍ଷରୁ ଅଧିକ ଗୋରୁଗାଈ ମୃତ…ବ୍ୟାପୁଛି ମ୍ୟାଲେରିଆ, ଡାଇରିଆ

ପାକିସ୍ତାନରେ ଅତି ପ୍ରବଳ ବର୍ଷା ଏବଂ ଉତ୍ତର ଦିଗ ପାହାଡ଼ଗୁଡ଼ିକରେ ଗ୍ଲାସିୟର ତରଳିବା କାରଣରୁ ଆସିଥିବା ବନ୍ୟା ଏଠାରେ ବିନାଶକାରୀ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଏ ପର୍ଯ୍ୟନ୍ତ ପାଖାପାଖି ୧୩୦୦ ଲୋକଙ୍କ ଜୀବନ ଗଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇରିଆ ଓ ମ୍ୟାଲେରିଆ ଭଳି ଜଳବାହକ ରୋଗଗୁଡ଼ିକ ମଧ୍ୟ ବ୍ୟାପିବାର ଆଶଙ୍କା ବଢ଼ି ଯାଇଛି।

ବିନାଶକାରୀ ବନ୍ୟା ଯୋଗୁ ଦେଶର ଏକ ତୃତୀୟାଂଶ ଭାଗ ଜଳମଗ୍ନ ହୋଇଯାଇଛି। ୩.୩ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (NDMA)ର ସୂଚନା ଅନୁସାରେ, ପାକିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍‌ରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସୁଦ୍ଧା ମୃତକଙ୍କ ସଂଖ୍ୟା ବଢ଼ି ୧୨୯୦ରେ ପହଞ୍ଚିଥିଲା। ସେପଟେ ଆହତଙ୍କ ସଂଖ୍ୟା ୧୨,୫୮୮ ଥିବା ଜଣାପଡ଼ିଛି।

NDMA କହିଛି କି, ସିନ୍ଧରେ ୩୯୨, ଖୈବର-ପଖତୁନଖ୍‌ଓ୍ଵା ପ୍ରାନ୍ତରେ ୨୮୬, ବେଲୁଚିସ୍ତାନରେ ୨୫୯, ପଞ୍ଜାବରେ ୧୮୮, କାଶ୍ମୀରରେ ୪୨, ଗିଲଗିତ ବାଲ୍ଟିସ୍ତାନରେ ୨୨ ଏବଂ ଇସ୍‌ଲାମାବାଦରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୫,୦୬୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧,୪୬୮,୦୪୯ ଆବାସ ଆଂଶିକ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସେପଟେ ଏହି ବନ୍ୟାରେ ୭୩୬,୪୫୯ ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି।

ସିନ୍ଧ ପ୍ରାନ୍ତର ସୂଚନା ମନ୍ତ୍ରୀ ଶରଜିଲ୍‌ ମେମନଙ୍କ ଅନୁସାରେ, ପ୍ରଶାସନିକ ଅଧିକାରୀମାନେ ସହଓ୍ଵାନ ଏବଂ ଭାନ ସଇଦାବାଦ ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ତଟବନ୍ଧକୁ କାଟି ଦେଇଥିଲେ, ଯାହାର ପରିଣାମ ଏବେ ଭୋଗିବାକୁ ପଡ଼ିପାରେ। ମନ୍ତ୍ରୀ କହିଛନ୍ତି କି, ନଦୀବନ୍ଧ କଟାଯିବା ଦ୍ୱାରା ଏହାର ବନ୍ୟା ପାଣି ପାଖାପାଖି ୧୨୫,୦୦୦ ଲୋକଙ୍କୁ ପ୍ରଭାବିତ କରିବ।

ଏକ ରିପୋର୍ଟରୁ ଜଣାପଡ଼ିଛି, ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ, ବେଲୁଚିସ୍ତାନ, ଖୈବର-ପଖତୁନଖଓ୍ଵା ଓ ପଞ୍ଜାବ ରାଜ୍ୟ। ଏହି ସବୁ ଅଞ୍ଚଳରେ ପାଖାପାଖି ୨୦ ଲକ୍ଷ ଏକର ଫସଲ ବର୍ବାଦ ହୋଇ ଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିଛି। ପରିବାର ଦଳ ଆକାଶଛୁଅାଁ ରହିଥିବା ବେଳେ ଟମୋଟୋ କେଜି ୫୦୦ ଟଙ୍କା ଏବଂ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି।

ଏଭଳି ସ୍ଥିତିରେ ପାକିସ୍ତାନ ସରକାର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ମୁତାବକ, ଦେଶରେ ବନ୍ୟାର ସବୁଠାରୁ ବଡ଼ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହାର ସିଧା ପ୍ରଭାବ ବର୍ଷାର ପ୍ରକାର ଉପରେ ପଡ଼ିଛି। ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧିକୁ ନେଇ ମିଳିତ ଜାତିସଂଘର ରିପୋର୍ଟ କହୁଛି କି, ଏଥର ପୃଥିବୀର ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଛି, ଯେଉଁ କାରଣରୁ ଦକ୍ଷିଣ ଏସିଆ ଦେଶ ଗୁଡ଼ିକରେ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି।

କହି ରଖୁଛୁ, ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶ ଆସୁଛି। ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ନିକଟରେ ଥିବା ହେତୁ ଗରମ ପବନ ହିମାଳୟ ସହ ଧକ୍କା ହେଉଛି, ଯେଉଁ କାରଣରୁ ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଅଧିକ ପରିମାଣରେ ବର୍ଷା ହେଉଛି। ପ୍ରାୟତଃ ପାକିସ୍ତାନରେ ଆନୁମାନିକ ୧୩୦ ମିଲିମିଟର ବର୍ଷା ହୋଇଥାଏ, କିନ୍ତୁ ଏଥର ୩୮୫ ମିମି ହୋଇଛି। ପାଣିପାଗ ବିଭାଗର ସୂଚନା ମୁତାବକ, ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକାର ବର୍ଷା ଲାଗି ରହିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago