ବଜେଟ୍ ୨୦୨୫: ମଖାନା ଉତ୍ପାଦନ ଉପରେ ରହିବ କେନ୍ଦ୍ରର ଫୋକସ୍, ବିହାରରେ ଗଠନ ହେବ ବୋର୍ଡ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅର୍ଥମନ୍ତ୍ରୀ କୃଷକମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ବିହାରର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ବିହାରରେ ମଖାନା ବୋର୍ଡ ଗଠନ କରାଯିବ ବୋଲି ସେ କହିଛନ୍ତି ।

ମଖାନା ପରି ସୁସ୍ଥ ସ୍ନାକ୍ସର ଚାହିଦା ଦେଶ, ବିଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭଜା ଏବଂ ମିଠା ସ୍ନାକ୍ସର ବିକଳ୍ପ ଭାବରେ ମଖାନା ଲୋକଙ୍କ ପ୍ରିୟ ପାଲଟିଛି । ଏହି ବଢ଼ୁଥିବା ଚାହିଦା ଉଦ୍ଦ୍ୟୋଗୀମାନଙ୍କୁ ମଖାନା ବ୍ୟବସାୟରେ ପ୍ରବେଶ କରିବାକୁ ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବାକୁ ଏକ ବଢ଼ିଆ ସୁଯୋଗ ଦେଇଛି ।

ମଖାନା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ମଖାନା ଉତ୍ପାଦକ । ଏଥିରୁ ୮୦ ପ୍ରତିଶତ ମଖାନା କେବଳ ବିହାର ହିଁ ଉତ୍ପାଦନ କରିଥାଏ । ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ମଖାନା ଯୋଗାଣର ୯୦ ପ୍ରତିଶତ କେବଳ ଭାରତରୁ ଆସିଥାଏ ।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ର ବଜେଟ ୨୦୨୫ : ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା, ବଢିଲା କିସାନ କ୍ରେଡିଟ କାର୍ଡ ଲିମିଟ୍