ଆକାଶରୁ ବର୍ଷୁଛି ବାଦଲ ଖଣ୍ଡ ! ଦୃଶ୍ୟ ଦେଖି ଲୋକେ ଚକିତ ଓ ଆତଙ୍କିତ

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଂଚଳରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଅଚାନକ ବାଦଲ ବର୍ଷା ହେବା ଆରମ୍ଭ ହୋଇଥିଲା । ହଟାତ ଏମିତି ଏକ ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । କିଛି ଲୋକତ ଏମିତି ବି କହିଛନ୍ତିଯେ ପ୍ରଥମେ ତାଙ୍କୁ ଲାଗିଥିଲା ଯେମିତି ଆକାଶରୁ ବାଦଲର ଛୋଟ ଛୋଟ ଖଣ୍ଡ ଖସି ପଡୁଛି । ଏହି ଖଣ୍ଡ ଗୁଡିକ ଗଛ, ସଡକ, ଘର ଆଦି ଉପରେ ପଡୁଥିବାର ସ୍ଥାନୀୟ ଲୋକେ ମତ ଦେଇଛନ୍ତି । କିନ୍ତୁ ପ୍ରକୃତରେ ଏହା ହେଉଛି ପ୍ରଦୂଷଣ କାରଣରୁ ବାୟୁମଣ୍ଡଳରେ ଉଡୁଥିବା ଫେଣ । ଯାହାକି ବର୍ଷା ପାଣି ସହ ମିଶି ଭୂମି ମୁହାଁ ହେଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ଷା ପାଣି ଓ ବାୟୁମଣ୍ଡଳର ପ୍ରଦୂଷଣ ମଧ୍ୟରେ ଏକ ରସାୟନିକ ପ୍ରକ୍ରିୟା ହେବା କାରଣରୁ ଫେଣ ଗୁଡିକ ଗୋଲ ଆକାର ଧାରଣ କରି ତଳେ ପଡୁଛି । ଏହି ଦୃଶ୍ୟ ମହାରାଷ୍ଟ୍ରର ଚନ୍ଦ୍ରପୁର ସହର ନିକଟବର୍ତ୍ତୀ ଦୁର୍ଗାପୁର ଅଂଚଳରେ ଦେଖିବାକୁ ମିଳିଛି । ବିଲକୁଲ ବାଦଲ ପରି ଦେଖାଯାଉଥିବା ଏହି ଫେଣ ଗୁଡିକ ଦୁଇ କିମି ପର୍ଯ୍ୟନ୍ତ ବ୍ୟାପିଥିଲା ।

 

foam rain
image credit: Ajj tak

 

ଏମିତି ଏକ ଅଜବ ଦୃଶ୍ୟ ଦେଖି ହଟାତ ଜାଣିପାରିନଥିଲେ ଏମିତି କଣ ଘଟୁଛି । କରୋନା ମହାମାରୀ ପରେ କଣ ପୁଣି ଆଉ ଏକ ବିପଦ ଆକାଶରୁ ମାଡିଆସିଲା । ପ୍ରଥମେ ପ୍ରଥମେ ତ ଲୋକଙ୍କୁ ଲାଗିଥିଲା ସତେ ଯେମିତି ବାଦଲ ଖଣ୍ଡ ପଡୁଛି । ଏହି ଦୃଶ୍ୟର ଭିଡିଓ କରି ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ । ଆଉ ଏହା ଭିତରୁ ଏକ ଅଜବ ଗନ୍ଧ ବାହାରୁଥିବାର ସ୍ଥାନୀୟ ଲୋକେ କହିଛନ୍ତି । ସୂଚନା ଦେବା ଉଚିତ ହେବକି ଏହି ଅଜବ ଫେଣ ପଡୁଥିବା ସ୍ଥାନରେ ଥର୍ମାଲ ପାୱାର ଷ୍ଟେସନ ସମେତ ଏକ କୋଇଲା ଖଣି ରହିଛି । ଏହି କାରଣରୁ ହିଁ ସେଠାରେ ଅଧିକ ବାୟୁ ପ୍ରଦୂଷଣ ହେଉଛି । ବାଦଲ ବର୍ଷା ଦେଖାଦେବାର ଦୁଇ ଦିନ ପୂର୍ବରୁ ହିଁ ସ୍ଥାନରେ ପ୍ରବଳ ବର୍ଷ ଲାଗି ରହିଥିଲା ।

ପରିବେଶବିତ ସୁରେଶ ଚୋପନେଙ୍କ ଅନୁଯାୟୀ ଥର୍ମାଲ ପାୱାର ପ୍ଲାଣ୍ଟ ଓ କୋଇଲା ଖଣିରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବରୁ ଏମିତି ଏକ ଅଜବ ଫେଣ ତିଆରି ହୋଇଥାଏ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ପ୍ରଥମ ଥର ପାଇଁ ଏମିତି ଏକ ଘଟଣା ଘଟିଛି । ଏହି ଦୃଶ୍ୟ ଦେଖିବା ପରେ ଲୋକେ ସଂଗେ ସଂଗେ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏବାବଦରେ ଜଣାଇଥିଲେ । ଖୁବ କମ ସମୟ ଭିତରେ କର୍ମଚାରୀ ମାନେ ପହଂଚି ଖଣ୍ଡ ଗୁଡିକର ସାମ୍ପଲ ଜମା କରିଥିଲେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଫେଣ ହାତକୁ ତେଲିଆ ଲାଗୁଥିବା ବେଳେ ପାଟିକୁ ଲୁଣିଆ ଲାଗୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.