ପିଆଜ ପାଇଁ ଖାଦ୍ୟ ଯୋଗାଣ ସଚିବ ଗଲେ ଦିଲ୍ଲୀ

ନୂଆଦିଲ୍ଲୀ(କେନ୍ୟୁଜ୍): ପିଆଜ ପାଇଁ ସଚିବ ଗଲେ ଦିଲ୍ଲୀ। ବର୍ଦ୍ଧିତ ପିଆଜ ଦର ଯାଞ୍ଚ ଓ କିଣିବା ନେଇ ଖାଦ୍ୟ ଯୋଗାଣ ସଚିବ ଓ ସମବାୟ ବିଭାଗ ସଚିବ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ପାଖରେ ଚାହିଦା ମୁତାବକ ପିଆଜ ମହଜୁଦ ଥିବା ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ ଗତକାଲି ସୂଚନା ଦେଇଥିଲେ। ଏହା ସହ ପିଆଜ ଦର ନିୟନ୍ତ୍ରଣ ପାଇଁ ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ପିଆଜ ଯୋଗାଇ ଦେବାକୁ ମଧ୍ୟ ସୂଚନା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ। ପାଶୱାନଙ୍କ ସୂଚନା ପରେ ରାଜ୍ୟର ଦୁଇ ସଚିବ ନୂଆଦିଲ୍ଲୀ ଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି ।