ଦେଶ ବିଦେଶ

ଜି୨୦ ଅତିଥିମାନଙ୍କୁ ରାଜକୀୟ ସେବା…ରୁପା ବାସନରେ ପରସାଯିବ ଖାଦ୍ୟ; ଗଢ଼ିଛନ୍ତି ୨୦୦ କାରିଗର

ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ବର୍ତ୍ତମାନ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥିରେ ଅତିଥିମାନଙ୍କ ରହଣିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସାଯିବା ପର୍ଯ୍ୟନ୍ତ, ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଆଯାଉଛି।

ଖାଦ୍ୟ ପରସିବାର ଶୈଳୀ ମଧ୍ୟ ସ୍ୱତନ୍ତ୍ର ରହିବ, ଯେପରି ଅତିଥିମାନେ କେବେ ବି ଏହାକୁ ଭୁଲି ପାରିବେ ନାହିଁ। ସମସ୍ତ ଖାସ୍‌ ଅତିଥିମାନଙ୍କୁ ରୁପା ବାସନରେ ଖାଦ୍ୟ ପରସାଯିବ। ନିଜର ଖାଦ୍ୟ ପରସିବାର ଶୈଳୀରେ ମଧ୍ୟ ଭାରତ ଏହାର ସଂସ୍କୃତି ଏବଂ ଐତିହ୍ୟର ଝଲକ୍‌ ଦେଖାଇବ।

ଗୋଟିଏ ଗୋଟିଏ ବାସନ ତିଆରି କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ଡିଜାଇନ ପଛରେ ନିଜସ୍ୱ ସ୍ୱତନ୍ତ୍ର ଭାବନା ରହିଛି, ଯେଉଁଥିରେ ଅତିଥିମାନେ ଭାରତୀୟତାର ଝଲକ ଦେଖିବାକୁ ପାଇବେ।

୨୦୦ କାରିଗର କଠିନ ପରିଶ୍ରମ କରି ଏହି ବାସନଗୁଡ଼ିକ ତିଆରି କରିଛନ୍ତି। କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଜୟପୁର ଏବଂ ଉତ୍ତରାଖଣ୍ଡ ଭଳି ବିଭିନ୍ନ ରାଜ୍ୟର କାରିଗରମାନେ ଏହି କାର୍ଯ୍ୟ କରିଛନ୍ତି। ବାସନଗୁଡ଼ିକର ସେଟ୍‌କୁ ଫ୍ୟୁଜନ୍ ଏଲିଗାନ୍ସର ଥିମ୍‌ ଉପରେ ଡିଜାଇନ୍ କରାଯାଇଛି।

ଏହିପରି ସ୍ୱତନ୍ତ୍ର ପ୍ରକାରର ଡିନର ସେଟ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ଖାସ୍‌ କଥା ହେଉଛି, ଲୁଣ ପାତ୍ର ଅର୍ଥାତ୍‌ ସଲ୍ଟ ଟ୍ରେରେ ଅଶୋକ ଚକ୍ରର ଚିତ୍ର କରାଯାଇଛି। ପ୍ରତ୍ୟେକ ବାସନକୁ ରାଜକୀୟ ଲୁକ୍ ଦିଆଯାଇଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

45 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago