“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

cycleପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ ଯାଦବପୁରରୁ ଜୟଦେବ ଓ ତାଙ୍କ ସାଥୀ ସାଇକେଲ ଯୋଗେ ବାହାରି ଆଜି ବାଲେଶ୍ୱର ଜିଲ୍ଲାରେ ପହଁଞ୍ଚିଥିଲେ।

cycle’ଡୋନେଟ ବ୍ଲଡ୍ ସେଭ ଲାଇଫ ଥିମ’ରେ ଜୟଦେବ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରାକରି ପୁଣି କନ୍ୟା କୁମାରୀରୁ ପଶ୍ଚିମବଙ୍ଗ ଯାତ୍ରା କରିବାର ଲକ୍ଷ ରଖିଛନ୍ତି। ତେବେ ସେ ବାଲେଶ୍ୱର ପହଁଞ୍ଚିବାପରେ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ସ୍ୱାଗତ କରିବା ସହିତ ଆବଶ୍ୟକ ଅର୍ଥ ରେଡକ୍ରୋସରୁ ଯୋଗାଇଦେବା ସହିତ ଯାତ୍ରାର ସଫଳତା ପାଇଁ ଶୁଭକାମନା ଦେଇଥିଲେ। ଗତ ବର୍ଷ ମଧ୍ୟ ଜୟଦେବ ପଶ୍ଚିମବଙ୍ଗରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରି ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଇଥିଲେ।

Leave A Reply

Your email address will not be published.