ଜାପାନରେ ପ୍ରଥମ ଥର ଗର୍ଭପାତ ବଟିକାକୁ ମିଳିଲା ଅନୁମୋଦନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ୟାନେଲ୍‌ ‘ମେଫିଗୋ ପିଲ୍‌’କୁ ଦେଲା ମଞ୍ଜୁରୀ

ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ଗର୍ଭପାତ ବଟିକାକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ବଟିକା 'ମେଫିଗୋ ପିଲ୍‌’କୁ ଅନୁମୋଦନ କରିଛି।

ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ଗର୍ଭପାତ ବଟିକାକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ବଟିକା ‘ମେଫିଗୋ ପିଲ୍‌’କୁ ଅନୁମୋଦନ କରିଛି। ଯଦିଓ ଏହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇପାରି ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ୍ ଏହି ନିଷ୍ପତ୍ତି ପୂର୍ବରୁ ଏକ ଅନଲାଇନ୍ ସର୍ଭେ କରିଥିଲା, ଯେଉଁଥିରେ ୧୨,୦୦୦ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ତାହା ଉପରେ ସମୀକ୍ଷା କରାଯାଇଥିଲା। ଏବେ ଏହା ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଶେଷ ଅନୁମୋଦନ ମିଳିବାର ଆଶା ରହିଛି।

ସୂଚନାଥାଉ କି, ପ୍ରାୟ ୩୦ ବର୍ଷ ଧରି ବୈଦେଶିକ ଦେଶରେ ଗର୍ଭପାତ ବଟିକା ଉପଯୋଗ ହୋଇଆସୁଛି। ପାଖାପାଖି ୮୦ରୁ ଅଧିକ ଦେଶରେ ଗର୍ଭପାତ ବଟିକା ଉପଲବ୍ଧ ରହିଛି। ଏମିତିରେ ଜାପାନରେ ଏହି ପ୍ରସଙ୍ଗକୁ ନେଇ ସବୁବେଳେ ଆଲୋଚନା ହେଉଥିଲା। ଏଠାରେ ସର୍ଜିକାଲ୍‌ ପ୍ରକ୍ରିୟା ହିଁ ଗର୍ଭପାତ ପାଇଁ ଏକମାତ୍ର ବିକଳ୍ପ ରହିଛି।

ରିପୋର୍ଟ ଅନୁସାରେ, ୧୯୮୮ରେ ଏହି ପ୍ରକାରର ବଟିକାକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ପ୍ରଥମ ଦେଶ ଥିଲା। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗର୍ଭପାତ ବଟିକାକୁ ସମର୍ଥନ କରି ଏହାକୁ ସୁରକ୍ଷିତ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.