ପାକିସ୍ତାନ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଲେ ହିନ୍ଦୁ ଝିଅ, ଏବେ କରିବେ ରାଜ୍‌

ପାକିସ୍ତାନ ଇତିହାସରେ ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାକିସ୍ତାନର ଶିକାରପୁର ନିବାସୀ ସନା ରାମଚାନ୍ଦ ଗୁଲୱାନୀ ଏହି କୃତିତ୍ୱ ହାସଲ କରିଛନ୍ତି। ପ୍ରଥମ ହିନ୍ଦୁ ଝିଅ ଭାବେ ସେ ପାକିସ୍ତାନରେ ପ୍ରଶାସନିକ ସେବା ପ୍ରଦାନ କରିବେ। ୨୭ ବର୍ଷୀୟା ସନା ତାଙ୍କର ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍‌ ସୁପିରିୟର୍‌ ସର୍ଭିସେସ (ସିଏସଏସ) ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରିଛନ୍ତି।

ସନା ଗତ ମେ ’ମାସରେ ଏହି ପରୀକ୍ଷା କୃତକାର୍ଯ୍ୟ ହୋଇଥିଲେ। ତେବେ ସେପ୍ଟେମ୍ବରରେ ତାଙ୍କୁ ନିଯୁକ୍ତି ମିଳିଛି। ଭାରତଠାରୁ ଅଲଗା ହେବା ପରଠାରୁ କୌଣସି ହିନ୍ଦୁ ଝିଅ ପାକିସ୍ତାନରେ ପ୍ରଶାସନିକ ସେବାରେ ନାହାଁନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନର ଏହି ପରୀକ୍ଷା ଅଧିକ କଷ୍ଟସାଧ୍ୟ । ଏଥିରେ କେବଳ ୨% ରୁ କମ୍ ପ୍ରାର୍ଥୀ ସଫଳତା ପାଇଥାନ୍ତି । କେନ୍ଦ୍ରୀୟ ସୁପିରିୟର ସର୍ଭିସେସ୍ (ସିଏସଏସ) ଜରିଆରେ ପାକିସ୍ତାନରେ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିଥାଏ । ସରଳ ଭାବରେ କହିବାକୁ ଗଲେ ଏହା ଭାରତର ସିଭିଲ ସର୍ଭିସ ପରୀକ୍ଷା ଭଳି ହୋଇଥାଏ । ସନାଙ୍କ ସଫଳତା ପରେ ସବୁବର୍ଗରୁ ତାଙ୍କୁ ପ୍ରଶଂସା ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.