ପ୍ରଥମଥର ଜାତିସଂଘରେ ଚୀନକୁ ଭାରତର ଖୋଲାଖୋଲି ବିରୋଧ, ଏଲଏସି ପ୍ରସଙ୍ଗରେ ଜାପାନ ବି କଲା ସମର୍ଥନ

ନୂଆଦିଲ୍ଲୀ: ଚୀନକୁ ସାମରିକ ଓ ଆର୍ଥିକ ରୂପରେ ଘେରିବାରେ ଲାଗିଛି ଭାରତ । ଚୀନର ୫୯ଟି ଆପକୁ ଭାରତ ସରକାର ନିଷିଦ୍ଦ ଘୋଷଣା କରିବା ପରେ ହକଂ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଜାତିସଂଘରେ ଘେରିଛି ଭାରତ । ଆମେରିକା ସମେତ ୨୭ଟି ଦେଶ ହଂକଂରେ ଲାଗୁ ଚୀନର ନୂଆ ଆଇନକୁ ବିେରୋଧ କରିଛନ୍ତି । ସବୁବେଳେ ନୀରବ ରହୁଥିବା ଭାରତ ହଂକଂ ପାଇଁ ଚୀନ ପ୍ରଣୟନ କରିଥିବା ନୂଆ ସୁରକ୍ଷା ଆଇନକୁ ପ୍ରଥମ ଥର ପାଇଁ ବିରୋଧ କରିଛି ।

ଅପରପଟେ, ଚୀନର ଦାଦାଗିରି ପରେ ଭାରତ ପ୍ରତି ବିଶ୍ୱସ୍ତରୀୟ ସମର୍ଥନ ବଢିବାରେ ଲାଗିଛି । ଭାରତକୁ ଖୋଲାଖୋଲି ସମର୍ଥନ କରିିିଛି ଜାପାନ । ଭାରତ ଦୂତାବାସରେ ଥିବା ଜାପାନର ରାଷ୍ଟ୍ରଦୂତ ସାତୋସି ସୁଜିକି ଭାରତକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଦ୍ୱିପାକ୍ଷିକ କାଥାବାର୍ତ୍ତା ଓ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛି ଜାପାନ । ସ୍ଥିତି ପରିବର୍ତ୍ତନ କରିବାକୁ କୈଣସି ଏକପାଖିଆ ପ୍ରୟାସକୁ ଜାପାନ ବିରୋଧ କରିଛି । ପୂର୍ବରୁ ଏ ପ୍ରସଙ୍ଗରେ ଆମେରିକା, ଫ୍ରାନ୍ସ, ବି୍ରଟେନ ଓ ଅଷ୍ଟ୍ରେଲିଆ ଭାରତକୁ ଖୋଲାଖୋଲି ସମର୍ଥନ କରିଆସୁଛନ୍ତି ।

Leave A Reply

Your email address will not be published.