କାନାଡାରେ ସମ୍ପତ୍ତି କିଣି ପାରିବେ ନାହିଁ ବିଦେଶୀ! ୨ ବର୍ଷ ପର୍ଯ୍ୟନ୍ତ ଲାଗିଲା ପ୍ରତିବନ୍ଧକ

କାନାଡାରେ ସମ୍ପତ୍ତି କିଣିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ବଡ଼ ଝଟ୍‌କା ଲାଗିଛି। କାନାଡା ସରକାର ବିଦେଶୀମାନଙ୍କୁ ଦେଶରେ ଆବାସୀୟ ସମ୍ପତ୍ତି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏହି ପ୍ରତିବନ୍ଧକ ଜାନୁୟାରୀ ୧ରୁ ଲାଗୁ ହୋଇଛି।

କରୋନା ମହାମାରୀ ଆରମ୍ଭ ପରଠାରୁ କାନାଡାରେ ଘରଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଇଛି, ଯାହାପରେ ଏଭଳି ପଦକ୍ଷେପ ନିଆଯାଇଛି। ରିପୋର୍ଟ ମୁତାବକ, କାନାଡାରେ ସ୍ଥାୟୀ ଭାବରେ ରହୁଥିବା ପ୍ରବାସୀ ଏବଂ ବିଦେଶୀମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ।

କାନାଡ଼ାରେ ବିଦେଶୀମାନଙ୍କ ସମ୍ପତ୍ତି କିଣିବା ଉପରେ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ପ୍ରଭାବଶାଳୀ ରହିବ। ଏହି ବ୍ୟାନ୍‌ କାନାଡା ସରକାରଙ୍କ ବଜେଟ୍‌ ପ୍ରସ୍ତାବର ହିଁ ଏକ ଅଂଶ, ଯାହାର ଉଦ୍ଦେଶ୍ୟ ହେଲା, ସ୍ଥାନୀୟ ନିବାସୀମାନଙ୍କୁ ସୁଲଭ ମୂଲ୍ୟରେ ଘର ମିଳିବା।

ସରକାରଙ୍କ କହିବା ହେଲା, ବିଗତ କିଛି ବର୍ଷ ହେବ ବିଦେଶୀ ନାଗରିକମାନେ ଲଗାତାର ଭାବେ କାନାଡାରେ ପ୍ରପର୍ଟିରେ ନିବେଶ କରି ଆସୁଛନ୍ତି, ଯେଉଁ କାରଣରୁ ଦେଶରେ ପ୍ରପର୍ଟି ମୂଲ୍ୟ ଆକାଶଛୁଆଁ ହେଉଛି ଏବଂ ସ୍ଥାନୀୟ ନାଗରିକଙ୍କ ପାଇଁ ଘର କିଣିବା ମୁସ୍କିଲ ହୋଇଯାଉଛି।

କାନାଡାରେ ରିୟଲ ଇଷ୍ଟେଟ୍‌ ଆସୋସିଏସନ ମୁତାବକ, ୨୦୨୨ ଫେବୃୟାରୀରେ କାନାଡାରେ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୮୦୦,୦୦୦ କାନାଡା ଡଲାରରୁ ଊର୍ଦ୍ଧ୍ୱରେ ରହିଥିଲା। ବ୍ୟାଙ୍କ୍‌ ଅଫ୍‌ କାନାଡା ଲଗାତାର ଭାବେ ସୁଧହାର ବୃଦ୍ଧି କରି ଆସୁଥିଲା, ଯାହାପରେ ଦେଶରେ ଆବାସଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହେବାକୁ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.