ଦିଲ୍ଲୀ ବିମାନ ବନ୍ଦରରୁ ୧୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ, ଲୁଚାଯାଇଥିଲା ଜୋତା ତଳେ
ଦିଲ୍ଲୀ ଏୟାରପୋର୍ଟରେ ବିଦେଶୀ ନୋଟ ଜବତ। ଏବେ ଯାଏଁ ସବୁଠୁ ବଡ଼ ବିଦେଶୀ ନୋଟ ସିଜ୍ । ୩ ତାଜକିସ୍ତାନ ନାଗରିକଙ୍କ ଠାରୁ ଜବତ ହେଲା ୧୦କୋଟିରୁ ଅଧିକ ଟଙ୍କାର (୭,୨୦,୦୦୦ ଆମେରେକୀୟ ଡଲାର) ବିଦେଶୀ ନୋଟ ।

ଦିଲ୍ଲୀ ଏୟାରପୋର୍ଟରେ ବିଦେଶୀ ନୋଟ ଜବତ। ଏବେ ଯାଏଁ ସବୁଠୁ ବଡ଼ ବିଦେଶୀ ନୋଟ ସିଜ୍ । ୩ ତାଜକିସ୍ତାନ ନାଗରିକଙ୍କ ଠାରୁ ଜବତ ହେଲା ୧୦କୋଟିରୁ ଅଧିକ ଟଙ୍କାର (୭,୨୦,୦୦୦ ଆମେରେକୀୟ ଡଲାର) ବିଦେଶୀ ନୋଟ ।
ଇସ୍ତାନବୁଲ ଯାଉଥିବାବେଳେ ଅଟକାଇଥିଲା ଏୟାରପୋର୍ଟ କଷ୍ଟମ ବିଭାଗ । ସେମାନଙ୍କ ବ୍ୟାଗର ସନ୍ଧାନ କରିବା ପରେ ମିଳିଥିଲା ବିପୁଳ ପରିମାଣର ବିଦେଶୀ ନୋଟ । ବ୍ୟାଗରେ ଥିବା ଜୋତା ମଧ୍ୟରେ ଲୁଚାଯାଇଥିଲା ଟଙ୍କା । ତିନି ଜଣଙ୍କ ଅଟକ ଅଧିକ ତଦନ୍ତ କରୁଛି ସୀମା ଶୁଳ୍କ ବିଭାଗ ।
ଏହା ପୂର୍ବରୁ ଜୁନ ୧୩ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରୁ ବହୁତ ସୁନା ଜବତ କରାଯାଇଥିଲା । ଏହି ସୁନା ଉଜବେକିସ୍ତାନ ନାଗରିକ ଗହଣା ଭାବେ ଆଣିଥିଲେ । ତାଙ୍କ ଠାରୁ ୧୬ କିଲୋ ୫୭୦ ଗ୍ରାମ ସୁନା ଜବତ କରାଯାଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ୮.୧୬ କୋଟି ଟଙ୍କା ହେବ ବୋଲି ଜଣାପଡିଥିଲା । ଏହି ମାମଲାରେ ଜେଜେ ମା’ ଓ ନାତୀକୁ ଗିରଫ କରାଯାଇଥିଲା ।