ପ୍ରଥମେ ଆଲିଙ୍ଗନ କଲେ, ତା’ ପରେ କିସ୍‌ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଦ ଛୁଇଁଲେ ବିଦେଶୀ ଭକ୍ତ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଖକୁ ଦୌଡି ଆସି ଆଲିଙ୍ଗନ କଲେ ବିଦେଶୀ ଶ୍ରଦ୍ଧାଳୁ । ଆଲିଙ୍ଗନ କରିବା ପରେ କିସ୍‌ କରି ପାଦ ତଳେ ପଡିଯାଉଛନ୍ତି ବିଦେଶୀ ଶ୍ରଦ୍ଧାଳୁ । ଭିଡିଓ ହେଉଛି ଭାଇରଲ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ । ବିଦେଶରୁ ମଧ୍ୟ ଭକ୍ତ ବାଗେଶ୍ୱର ଧାମକୁ ଆସନ୍ତି । ଅନେକ ଥର ବିଦେଶରେ ମଧ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଆଉ ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବିଦେଶୀ ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଆଲିଙ୍ଗନ କରିବା ସହିତ କିସ୍‌ ମଧ୍ୟ କରୁଛନ୍ତି ।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଥର ଦେଖାଯାଇସାରିଲାଣି । ୩ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଚଷମା ଲଗାଇଥିବା ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନିକଟକୁ ଆସିବାକୁ ଚେଷ୍ଟା କରୁଛନ୍ତି । ବାବାଙ୍କ ପାଖରେ ଥିବା ଲୋକ ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି । ତା’ ପରେ ବାବା ନିଜେ ତାଙ୍କୁ ପାଖକୁ ଆସିବାକୁ ଅନୁମତି ଦେଉଛନ୍ତି ।


ବ୍ୟକ୍ତି ଜଣକ ବାବାଙ୍କ ଅତି ନିକଟତର ଆସି ପ୍ରଥମେ ଆଲିଙ୍ଗନ କରିବା ପରେ ବାବା ତାଙ୍କ ପିଠିକୁ ଥାପୁଡାଇବା ପରେ କିସ୍‌ କରୁଛନ୍ତି । ଆଉ ତା’ ପରେ ତାଙ୍କୁ ଅନ୍ୟ ଲୋକେ ଅଟକାଇବା ପରେ ସେ ସମସ୍ତଙ୍କୁ ଚୁପ୍‌ କରିବା ପାଇଁ କହି ବାବାଙ୍କ ପାଦ ଛୁଉଛନ୍ତି । ବାବାଙ୍କୁ ବିଦେଶୀ ପଇସା ଦେଖାଉଛନ୍ତି ବିଦେଶୀ ବ୍ୟକ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କ ହାତକୁ ଧରୁଛନ୍ତି । ତା’ ପରେ ବ୍ୟକ୍ତି ଜଣକ ଶାନ୍ତ ହୋଇଯାଉଛନ୍ତି ।

ସୂଚନାଯୋଗ୍ୟ, ୧୧ ଫେବୃଆରୀରେ ଛତରପୁରର ଏକ ଦଳିତ ପରିବାରର ବିବାହ ଉତ୍ସବରେ ପିସ୍ତଲ ଦେଖାଇ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ । ଏହାପରେ ବମୀଠା ଥାନାରେ ମାରପିଟ୍‌ ଏବଂ ଏସସି ଏବଂ ଏସଟି ଦାରା ଅନୁଯାୟୀ ମାମଲା ଦାଏର କରାଯାଇଥିଲା । ଯାହାର ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ବାହାଘରରେ କିଛି ଲୋକ ପଶି ଗାଳିଗୁଲଜ କରିବା ସହିତ ଧମକାଉଥିବା ନଜର ଆସିଥିଲେ । ଏହି ମାମଲାରେ ଛତରପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀକୁ ଗିରଫ କରିଥିଲା ।

କିଛିଦିନ ପୂର୍ବରୁ ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ରହିଥିଲେ । ସେ ଜଣେ ଭାରତୀୟ କଥାପ୍ରବଚକ। ଆଉ ତାଙ୍କୁ ବାଗେଶ୍ୱର ଧାମ ମହାରାଜା ନାମରେ ବେଶ୍‌ ପରିଚିତ । ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ୱର ଧାମରେ ମୁଖ୍ୟ ପୂଜାରୀ ଏବଂ ପୀଠାଧିଶ୍ୱର ଭାବେ ରହୁଛନ୍ତି । ଲୋକଙ୍କ ମନ କଥା ପଢି ତାଙ୍କର ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଏବଂ ବିବାଦ ସାମ୍ନାକୁ ଆସିଛି ।

 

Leave A Reply

Your email address will not be published.