ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଫୋରେନ୍‌ସିକ୍‌ ଟିମ୍‌ ସଂଗ୍ରହ କଲା ଶରୀରର ଅଂଶ, ଖୁବ୍‌ ଶୀଘ୍ର ଜଣାପଡ଼ିବ ମୃତ୍ୟୁର କାହାଣୀ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଛି । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।

ଏହାର ଅଧିକ ଯାଞ୍ଚ ପାଇଁ ସୁଶାନ୍ତଙ୍କ ସାନ ଭଉଣୀ ଦାବି କରିଥିବା ବେଳେ ଆଜି ଅନ୍ତିମ ସଂସ୍କାର ପୂର୍ବରୁ ଫୋରେନ୍‌ସିକ ଟିମ୍‌ ସୁଶାନ୍ତଙ୍କ ଶରୀରର କିଛି ଅଂଶ ସଂଗ୍ରହ କରିଛି । ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ଶ୍ୱାସ ରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

susant.JPG-00

ଏହା ଉପରେ ଅଧିକ ଯାଞ୍ଚ ପାଇଁ ଫୋରେନ୍‌ସିକ୍‌ ଟିମ୍‌ ସୁଶାନ୍ତଙ୍କ ଶରୀରର ଅଂଶ ଡଃ ଆର୍‌ ଏନ୍‌ କୁପର ହସ୍‌ପିଟାଲକୁ ପଠାଇ ଦେଇଛି । ସବୁ ଗଣ ମାଧ୍ୟମରେ ସୁଶାନ୍ତଙ୍କ ଆତ୍ମ ହତ୍ୟା ଖବର ପ୍ରସାରିତ ହୋଇଛି ।

susant-000

ହେଲେ ହରିୟାଣା ପୋଲିସ୍‌ ଏଡିଜି ଥିବା ସୁଶାନ୍ତଙ୍କ ଜଣେ ସଂପର୍କୀୟ ଏହାକୁ ସହଜରେ ଗ୍ରହଣ କରି ନାହାଁନ୍ତି । ଫୋରେନ୍‌ସିକ ଯାଞ୍ଚ ପରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର କିଛି ସୁରାକ ମିଳିବ ବୋଲି ପରିବାର ଲୋକେ ଦାବି କରିଛନ୍ତି । କାରଣ ସୁଶାନ୍ତଙ୍କର କୈାଣସି ଆର୍ଥିକ ସମସ୍ୟା ନଥିଲା ବୋଲି ତାଙ୍କର ଭଉଣୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.