ବିଚାରପତିଙ୍କୁ ମାଇଁ ଲର୍ଡ କହିବେନି ଓକିଲ, ସର୍ବସମ୍ମତିକ୍ରମେ ନିଷ୍ପତ୍ତି ପରେ ନୋଟିସ ଜାରି

ରାଜସ୍ଥାନ : ହାଇକୋର୍ଟରେ ଆଉ ଶୁଭିବନି ମାଇଁ ଲର୍ଡ କିମ୍ବା ଇୟର୍ସ ଲର୍ଡସିପ୍ ଭଳି ଶବ୍ଦ । ଜଜମାନଙ୍କୁ ଆଉ ଏଭଳି ସମ୍ବୋଧନ ନ କରିବାକୁ ଓକିଲଙ୍କୁ କହିଛନ୍ତି ରାଜସ୍ଥାନ ହାଇକୋର୍ଟ । ରାଜସ୍ଥାନ ହାଇକୋର୍ଟରେ ଆଜି ଏଭଳି ଏକ ନୋଟିସ ଜାରି ହୋଇଛି।

ସମ୍ବିଧାନରେ ପ୍ରତ୍ୟେକ ନାଗିରକଙ୍କର ସମାନ ଅଧିକାର ସଂପର୍କରେ ଉଲ୍ଲେଖ ରହିଛି। ଏହି ପ୍ରଂସଗକୁ ନେଇ ରାଜସ୍ଥାନ ହାଇକୋର୍ଟର ଏକ ଫୁଲକୋର୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, କୋର୍ଟରେ ମାମଲା ପରିଚାଳନା ବେଳେ ଓକିଲମାନେ ଆଉ ଜଜମାନଙ୍କୁ ମାଇ ଲର୍ଡ କିମ୍ବା ଇୟର୍ସ ଲର୍ଡସିପ୍ କହିବେ ନାହିଁ।

ପୂର୍ବରୁ ଗତ ଅପ୍ରେଲ ମାସରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏଭଳି ନିର୍ଦ୍ଦେଶ ଦେଇସାରିଛନ୍ତି । କୋର୍ଟ ଗ୍ୟାଲେରୀରେ ଜଜ୍ମାନେ ଯିବା ଆସିବା କରିବା ସମୟରେ କର୍ମଚାରୀମାନେ ମଧ୍ୟ ଏଭଳି ସମ୍ବୋଧନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.