ପୂର୍ବତନ ପୋପ୍‌ ଷୋଡ଼ଶ ବେନେଡିକ୍‌ଟଙ୍କ ପରଲୋକ,କିଛି ଦିନ ଧରି ଅସୁସ୍ଥ ଥିଲେ

କେନ୍ୟୁଜ୍(ବ୍ୟୁରୋ):ପୂର୍ବତନ ପୋପ୍‌ ଷୋଡ଼ଶ ବେନେଡିକ୍‌ଟଙ୍କ ପରଲୋକ। ୯୫ବର୍ଷ ବୟସରେ ଭାଟିକାନ ସିଟିରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଷୋଡଶ ବେନେଡିକ୍‌ଟ। ତାଙ୍କ ପରଲୋକ ନେଇ ଭାଟିକାନ ସିଟି ମୁଖପାତ୍ରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଷୋଡ଼ଶ ବେନେଡିକ୍‌ଟ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ।

ବାଲ୍ୟକାଳରେ ଜୋସେଫ ରେଜିଙ୍ଗର ନାମଥିଲା। ୨୦୦୫ରେ ତାଙ୍କୁ ଭାଟିକାନ ସିଟିର ପୋପ ଭାବେ ମନୋନୀତ କରାଯାଇଥିଲା। ୭୮ବର୍ଷ ବୟସରେ କ୍ୟାଥଲିକ ପୋପ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୮ବର୍ଷ ପୋପ ଭାବେ ରହିବା ପରେ ୨୦୧୩ରେ ଶାରିରୀକ ଅସୁସ୍ଥତା ପାଇଁ ସେ ପୋପ ପଦ ଛାଡ଼ିଥିଲେ। କ୍ୟାଥଲିକ ଧର୍ମଗୁରୁ ଭାବେ ୬ଶହ ବର୍ଷ ପରେ ପଦ ଛାଡ଼ିଥିବା ପ୍ରଥମ ପୋପ ଥିଲେ ଷୋଡ଼ଶ ବେନେଡିକ୍‌ଟ। ତାଙ୍କ ବିୟୋଗରେ ବିଶ୍ୱବ୍ୟାପୀ ଶୋକ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.