ଦେଶ ବିଦେଶ

୮୩ ବର୍ଷ ବୟସରେ ବଜାଜ୍‌ ଗ୍ରୁପ୍‌ର ପୂର୍ବ ଚେୟାର ମ୍ୟାନ୍‌ ରାହୁଲ ବଜାଜ୍‌ଙ୍କ ପରଲୋକ

ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ତଥା ବଜାଜ୍‌ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜ୍‌ଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲାଣି କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ପରଲୋକ ହୋଇଛି।

ରାହୁଲ ବଜାଜ୍‌ଙ୍କ ଜନ୍ମ ୧୦ ଜୁନ୍‌ ୧୯୩୮ ମସିହାରେ କୋଲକାତାରେ ହୋଇଥିଲା। ରାହୁଲ ବଜାଜ୍‌ ମାରଓ୍ଵାଡ଼ି ବେପାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ଧରି ବଜାଜ୍‌ କମ୍ପାନୀର ଦାୟିତ୍ୱ ନେଇଥିଲେ। ୧୯୬୫ ମସିହାଠାରୁ ସେ ବଜାଜ୍‌ କମ୍ପାନୀ ଦାୟିତ୍ୱ ନେଇଥିଲେ।। ସେ ପାଖାପାଖି ୫୦ ବର୍ଷ ଧରି କମ୍ପାନୀର ଚେୟାରମ୍ୟାନ୍‌ ପଦରେ ଅଧିଷ୍ଠିତ ଥିଲେ।

୨୦୦୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାହୁଲ ବଜାଜ୍‌ ସ୍ୱାଧୀନତା ସଂଗ୍ରାମୀ ଜମନାଲାଲ୍‌ ବଜାଜ୍‌ଙ୍କ ନାତି ଥିଲେ। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ପାଠ ପଢ଼ିଥିଲେ। ପରେ ଆଇନ୍‌ ପଢ଼ିବାକୁ ସେ ମୁମ୍ବାଇ ଆସିଥିଲେ। ତାଙ୍କ ନେତୃତ୍ୱରେ ବଜାଜ୍‌ ଅଟୋର ମୋଟ୍‌ ଆୟ ୭.୧ କୋଟିରୁ ୧୨ ହଜାର କୋଟିରେ ପହଞ୍ଚିଯାଇଥିଲା।

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 min ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

26 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

59 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago