ବିଜେପି ଛାଡିବେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ! ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ କରିପାରନ୍ତି ଘୋଷଣା 

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତିରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ BRSରେ ମିଶିବା ନେଇ ଆଜି ପ୍ରେସ୍‌ମିଟ୍‌ରେ ଘୋଷଣା କରିପାରନ୍ତି । ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ BRSରେ ମିଶିପାରନ୍ତି । ଦିନେ ଦୁଇ ଦିନ ଭିତରେ ବିଜେପି ଛାଡି ସେମାନେ ବିଧିବଦ୍ଧ ଭାବରେ ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କିଛି ଦିନ ତଳେ ହାଇଦ୍ରାବାଦ ସ୍ଥିତ ସରକାରୀ ବାସଭବନରେ କେସିଆରଙ୍କୁ ଭିଟିଥିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏହାପରେ ଗମାଙ୍କ ବାପା-ପୁଅ ବିଜେପି ଛାଡି BRSରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୯ ଥର ସାଂସଦ ଗିରିଧର ଗମାଙ୍ଗ ଥରେ ବିଧାୟକ ହୋଇଥିଲେ । ୧୯୭୧ରୁ ୧୯୯୮ ଯାଏ ଲଗାତାର ୮ ଥର କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୪ରୁ ୨୦୦୯ ଯାଏ ୯ ଥର ସାଂସଦ ଥିଲେ ଗିରିଧର ଗମାଙ୍ଗ । ଲକ୍ଷ୍ମୀପୁର ବିଧାନସଭା ଉପନିର୍ବାଚନ ଜିତି ବିଧାୟକ ହୋଇଥିଲେ । ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ଗିରିଧର ଗମାଙ୍ଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.