ପୂର୍ବତନ ଡିଜିପିଙ୍କୁ ହତ୍ୟା ସନ୍ଦେହ, ସନ୍ଦେହରେ ପତ୍ନୀଙ୍କୁ ଅଟକ ରଖିଛି ପୋଲିସ

ପୂର୍ବତନ ଡିଜିପିଙ୍କୁ ହତ୍ୟା ସନ୍ଦେହ । କର୍ଣ୍ଣାଟକ ପୂର୍ବତନ ଡିଜିପିଙ୍କୁ ହତ୍ୟା ସନ୍ଦେହରେ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି ପୋଲିସ। କର୍ଣ୍ଣାଟକ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓମ ପ୍ରକାଶଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହରେ ଅନେକଗୁଡିଏ କ୍ଷତ ଥିଲା ବୋଲି କୁହାଯାଉଛି। ପୂର୍ବତନ ଡିଜିପିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ବି ତଦନ୍ତ ଜାରି ଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ବେଙ୍ଗଲୁରୁ ପୋଲିସ। କର୍ଣ୍ଣାଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଓମପ୍ରକାଶଙ୍କ ପତ୍ନୀଙ୍କୁ ପଚରାଉଚୁରା ଜାରି ରହିଥିବା ଜଣାପଡିଛି। ଓମ ପ୍ରକାଶ ୧୯୮୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ। ସେ ୨୦୧୫ ମସିହାରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୭ ମସିହାରେ ଅବସର ନେବା ପରେ ସେ ବେଙ୍ଗଲୁରୁର ଏଚଏସଆର ଲେ ଆଉଟରେ ରହୁଥିଲେ।