ଅସ୍ତ ହୋଇଗଲେ ଅରୁଣ, ଲିଭିଗଲା ଜେଟଲୀଙ୍କ ଜୀବନ ପ୍ରଦୀପ

ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ। ଅରୁଣ ସଫ୍ଟ ଟସୁ କ୍ୟାନସର ରୋଗରେ ପୀଡିତ ହୋଇଥିଲେ। ଏଥିପାଇଁ ପୁର୍ବରୁ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ମୋଦି ସରକାରରେ ପ୍ରଥମ ଥର ପାଇଁ ଐତିହାସିକ ବିମୁଦ୍ରୀକରଣ ନିଷ୍ପତ୍ତି ଜେଟଲୀଙ୍କ ମନ୍ତ୍ରିତ୍ବରେ ନିଆଯାଇଥିଲା। ଆଜି ମଧ୍ୟାହ୍ନ ୧୨.୭ ମିନିଟ୍‌ରେ ତାଙ୍କର ପରଲୋକ ହୋଇଛି ।